ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ୪ ବର୍ଷର ଝିଅ ନିହାରିକା

Spread the love

ଯାଜପୁର ସଦର, ୨୯/୩/୨୬ (ସନ୍ଧାନ ନ୍ୟୁଜ )  :ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତସ୍ତ ନୀଳକଣ୍ଠପୁର ଗ୍ରାମର ୪ ବର୍ଷର ଝିଅ ନିହାରିକା ଜେନା ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରି ଖେଳି ଯାଇଛି | ନିହାରିକା ନୀଳକଣ୍ଠପୁର ଗ୍ରାମର ରାକେଶ କୁମାର ଜେନା ଓ ମାତା ଅନିତା ଜେନାଙ୍କ ସାନ ଝିଅ ହୋଇଥିବା ବେଳେ ସେ ମଙ୍ଗଳପୁରସ୍ତ ସେଣ୍ଟ ଜାଭିଅର ହାଇସ୍କୁଲରେ ମଣ୍ଟେଶ୍ୱରୀ-୨ ର ଛାତ୍ରୀ ଅଟନ୍ତି | ନିହାରିକା ଖୁବ କମ ସମୟ ମଧ୍ୟରେ ମଣିଷ ଦେହର ୧୬ ଟି ପାର୍ଟ, ଦେଶର ୭ ଟି ଜାତୀୟ ଚି଼ହ୍ନ, ୩ ଟି ହିନ୍ଦୀ କବିତା ଓ ଜାତୀୟ ସଙ୍ଗୀତ ଗାନ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି | ଫେବୃଆରୀ ୧୭ ତାରିଖରେ ନିହାରିକା ଏହି କମ୍ପିଟିସନରେ ଅଂଶ ଗ୍ରହଣ କରିଥିବା ବେଳେ ମାର୍ଚ୍ଚ ୨୬ ତାରିଖରେ ତାଙ୍କ ନିକଟରେ ତାଙ୍କର ଏହି ପ୍ରମାଣ ପତ୍ର ପହଁଚିଛି | ନିହାରିକା ଏତେ କମ ବୟସରେ ଏଭଳି ସଫଳତା ଲାଭ କରିବା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟି ଆସିଛି | ଏହି ସଫଳତା ପାଇଁ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ଯାଜପୁରର ବରିଷ୍ଠ ସମାଜସେବୀ କର୍ଣ୍ଣାଟ କେଶରି ଦାସ, ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର, ପାଲଟପୁରର ପୂର୍ବତନ ସରପଞ୍ଚ ଝୁନାରାଣୀ ରାୟ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟପ୍ରକାଶ ନାୟକ, ଯୁବ ସମାଜସେବୀ ଶୁଭ୍ରାଂଶୁ ମହାପାତ୍ର, ରାଜେଶ କୁମାର ଜେନା ,ମୁକେଶ କୁମାର ଜେନା, ଜିତେଶ କୁମାର ଜେନା, ଜେଜେ ସୁଦାମ ଚରଣ ଜେନା, ସୁଶାନ୍ତ କୁମାର ଜେନା, ନିହାରିକଙ୍କ ଶ୍ରେଣୀ ଶିକ୍ଷକ ବିଶ୍ୱସ୍ୱନି ମହାନ୍ତ୍ତୀ, ପ୍ରିନ୍ସପାଲ ସନ୍ତୋଷ କୁମାର ଜେନା ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇଛନ୍ତି | ଝିଅର ଏଭଳି ସଫଳତା ପରେ ବଡ଼ ହେଲେ ଝିଅକୁ ଡାକ୍ତର ପାଠ ପଢାଇ ଲୋକ ସେବାରେ ନିୟୋଜିତ କରିବି ବୋଲି ନିହାରିକାଙ୍କ ବାପା ରାକେଶ କୁମାର ଜେନା କହିଛନ୍ତି |

Related Posts

About The Author

Add Comment