ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପକ୍ଷରୁ ଶ୍ରେୟାଂଶୀଙ୍କୁ ମିଳିଲା ମେଡାଲ୍‌

Spread the love

ବାରିପଦା:୧୭/୦୭ (ସନ୍ଧାନ ନ୍ୟୁଜ୍)-: ତୀକ୍ଷ୍ଣ ସ୍ମରଣଶକ୍ତି ପାଇଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ୍‌ ଘାଗରାବେଡ଼ା ପଞ୍ଚାୟତ, ବାଟିସାହି ଗ୍ରାମର କୁନି ଝିଅ ଶ୍ରେୟାଂଶୀ ସ୍ଥାନ ପାଇଛନ୍ତି। ଶୁକ୍ରବାର ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍ ପକ୍ଷରୁ ତାଙ୍କୁ ଆଇବିଆର ପ୍ୟାକେଜ୍‌ ପ୍ରଦାନ କରାଯାଇଛି। ଏହି କ୍ରମରେ ତାଙ୍କ ପାଖକୁ ମେଡାଲ୍‌, ପ୍ରମାଣପତ୍ର, ପରିଚୟପତ୍ର, କଲମ, ବ୍ୟାଚ୍‌ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍-୨୦୨୧ ପୁସ୍ତକ ପାର୍ସଲରେ ପହଞ୍ଚିଛି। ଫଳରେ ଶ୍ରେୟାଂଶୀଙ୍କ ସହ ଅଭିଭାବକ ସୁବ୍ରତ ମହାନ୍ତ ଓ ତୃପ୍ତିଲତା ମହାନ୍ତ ବେଶ୍‌ ଖୁସି ହୋଇଛନ୍ତି।

ସୂଚନା ଥାଉକି ଶ୍ରେୟାଂଶୀଙ୍କୁ ମାତ୍ର ୨ ବର୍ଷ ୭ ମାସ ବୟସ। ଏହି ବୟସରେ ସେ ଇଂରାଜୀର ସମସ୍ତ ବର୍ଣ୍ଣମାଳା ସ୍ପଷ୍ଟ ଉଚ୍ଚାରଣ କରିପାରୁଛନ୍ତି। ସେହିପରି ଇଂରାଜୀରେ ୧୨ଟି ଫଳ, ୧୦ଟି ପ୍ରାଣୀ, ୭ଟି ଖାଦ୍ୟ, ୮ଟି ରଙ୍ଗ ସହ ସପ୍ତାହର ୫ ଦିନ ଏବଂ ଓଡ଼ିଆ ବର୍ଣ୍ଣମାଳାର ୧୦ଟି ଅକ୍ଷର କହି ପାରୁଛି,

Related Posts

About The Author

Add Comment