ଇଡକୋ ଜମିରେ ପ୍ରକଳ୍ପକୁ ବିରୋଧ ପ୍ରସଙ୍ଗ

Spread the love

ବେତନଟୀ,୦୪.୦୨.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ବେତନଟୀ ଥାନା ଅଧୀନ ଆମ୍ବଯୋଡ଼ାରେ ଇକୋ ଜମିରେ ଚାଉଳ କଳ ନିର୍ମାଣକୁ ବିରୋଧ କରି ଗତକାଲି ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଆଜି ନିର୍ମାଣ କାର୍ଯ୍ୟ କରୁଥିବା ସିଦ୍ଧି ବିନାୟକ ଆଗ୍ରା ଇଣ୍ଡଷ୍ଟ୍ରି ପକ୍ଷରୁ ୪୦ଜଣ ଗ୍ରାମବାସୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଆଇନ ଅନୁଯାୟୀ ଲିଜ୍ ସୂତ୍ରରେ ଜମି ନେଇ ଚାଉଳ କଳ ସ୍ଥାପନ ହେଉଥିବା ବେଳେ ଗ୍ରାମବାସୀ ଅଯଥା ବିରୋଧ କରିବା ସହ ଜୋର୍ ଜବରଦସ୍ତ କାମ ବନ୍ଦ କରିବା, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଓ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଏଥିସହ ବେତନଟୀ  ସୂଚନାଯୋଗ୍ୟ ଥାନା ଆଇଆଇସି ତିଳୋତ୍ତମା ରାଉତଙ୍କ ନିର୍ଦ୍ଦେଶରେ ପୁଲିସ ଫୋର୍ସ ଉପସ୍ଥିତିରେ ଆଜି, ନିର୍ମାଣ କାର୍ଯ୍ୟ କରାଯାଇଛି। ଦିନ ତମାମ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା । ଗତକାଲି ସ୍ଥାନୀୟ ଗ୍ରାମବାସୀ ଏହା ଜମି ସେମାନଙ୍କ ଖେଳପଡ଼ିଆ ଭାବେ ବ୍ୟବହୃତ ହେଉଛି ଓ ଜମିର ମାପଯୋଖ ନକରି ଚାଉଳ କଳ, ନିର୍ମାଣ ପାଇଁ ଦିଆଯାଇଥିବା ଅଭିଯୋଗ କରି ଦେଇଥିଲେ। ସୁପରଭାଇଜର ରଞ୍ଜନ କୁମାର ନାୟକଙ୍କ ଅଭିଯୋଗ ଆଧାରରେ ପୁଲିସ କେସ୍ ନଂ ୩୩/୨୦୨୧ରେ ମାମଲା ରୁଜୁ କରିଥିଲା।

Related Posts

About The Author

Add Comment