ଭୁବନେଶ୍ୱର, ୧୧/୧୧ (ସନ୍ଧାନ ନିଉଜ) ପ୍ରଥମେ ନବମ ଓ ଦଶମ ଶ୍ରେଶୀ କ୍ଲାସରୁମ୍ ପାଠପଢା ତାପରେ ଅଷ୍ଟମ ଶ୍ରେଣୀ ଅଫଲାଇନ୍ ପାଠପଢା ଆରମ୍ଭ ହେବା ପରେ ଏବେ ରାଜ୍ୟ ସରକାର ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାମାନଙ୍କ କ୍ଲାସରୁମ୍ ପାଠପଢା ପାଇଁ ଅନୁମତି ଦେଇଛନ୍ତି । ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏନେଇ ଘୋଷଣା କରିଛନ୍ତି । ମାତ୍ର କରୋନା କଟକଣା ମଧ୍ୟରେ ପିଲାମାନଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆଯାଉଥିବାରୁ ଛାତ୍ରଛାତ୍ରୀ ମାନଙ୍କ ଇଚ୍ଛା ଅନୁସାରେ ସେମାନେ କ୍ଲାସ କରିପାରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଯେଉଁମାନେ କ୍ଲାସ ଆସିବାକୁ ଅନିଚ୍ଛା ପ୍ରକାଶ କରିବେ ସେମାନେ ପୂର୍ବ ଭଳି ଅନଲାଇନ୍ ମାଧ୍ୟମରେ କ୍ଲାସ କରିପାରିବେ । ଅନ୍ୟ ସବୁ ଶ୍ରେଣୀ ପିଲାମାନଙ୍କ ଭଳି ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାମାନଙ୍କୁ ମଧ୍ୟ ସ୍କୁଲ ଆସିବା ପୂର୍ବରୁ ନିଜ ଅବିଭାବକଙ୍କ ଅନୁମତି ପତ୍ର ଆଣିବାର ଆବଶ୍ୟକତା ରହିଛି । ତେବେ କରୋନା କହର କମିଥିଲେ ବି ଏବେବି ସଂକ୍ରମଣର ଭୟ ରହିଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବରେ ବିଜ୍ଞପ୍ତି ଜାରି କରାଯାଇ ସ୍କୁଲ ଗୁଡିକରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଇଚ୍ଛା ଅନୁସାରେ କ୍ଲାସ କରିପାରିବେ ଛାତ୍ରଛାତ୍ରୀ : ଗଣଶିକ୍ଷା ମନ୍ତ୍ରୀ
|
November 11, 2021 |