ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍

Spread the love

ଜଗତସିଂହପୁର ୨୦/୧୨/୨୫  (ସନ୍ଧାନ ନ୍ୟୁଜ)  : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍। ଜଗତସିଂହପୁର ବନ ବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସ ଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକା ସଙ୍ଗରେ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍। ତିର୍ତ୍ତୋଲ ଥାନା ସାମନ୍ତରାୟପୁର ଗାଁ ସ୍ଥିତ ପୈତୃକ ବାସଭବନରେ ବି ଚଢାଉ ହୋଇଛି। ଚଢଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ପାସ ବୁକ, ସୁନା ଗହଣା ଓ ନଗଦ ଟଙ୍କା ଜବତ ହୋଇଛି। ଏବେ ବି ଚଢ଼ାଉ ଜାରି ରହିଛି।

Related Posts

About The Author

Add Comment