ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ପଢା ଯାଉଛି ପାଠ, ଅଙ୍ଗନବାଡି ଅବସ୍ଥା ଖରାପ

Spread the love

l ସୁନ୍ଦରଗଡ଼ ତା:୨୩-0୯-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ଲୁଲୁକିଡ଼ିହି ଗ୍ରାମ ପଞ୍ଚାୟତ ବିଛା ଟୋଲୀ ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ପାଠ ପଢ଼ାଉଛନ୍ତି ଅଙ୍ଗନବାଡି ଶିଶୁ ଙ୍କୁ ଅଙ୍ଗନବାଡି ଶିକ୍ଷୟିତ୍ରୀ l ଏଠାକାର ଅଙ୍ଗନବାଡି ଗୃହ ଟି ପୁରାପୁରି ଅକାମି କ୍ଷତି ହୋଇ ପଡିଛି ବୋଲି ଜନ ସାଧାରଣ ପ୍ରକାଶ କରିଛନ୍ତି l ଏହି ଅଙ୍ଗନବାଡି ର ବାହାରେ ଲାଗିଥିବା କବାଟ ଭାଙ୍ଗି ଛାତ ରୁ ଝରୁଛି ଥପ ଥପ ପାଣି l ଅଙ୍ଗନବାଡି ର ସାଇଟ ରେ ଏକ ନଳ କୁଅଁ ଥିବା ବେଳେ ତଥା ପାଖରେ ଥିବା କଂକ୍ରିଟ ରାସ୍ତା କୁ ବିନା ପୋଲ ରେ ତିଆରି କରିଥିବା ଯୋଗୁଁ ପାଣି ପୁରି ରହୁଥିବା ଜନ ସାଧାରଣ ପ୍ରକାଶ କରିଛନ୍ତି l ଅତି ଶୀଘ୍ର ନୂତନ ଅଙ୍ଗନବାଡି ତିଆରି କରିବା ପାଇଁ ପ୍ରଶାସନ କୁ ଦାବି କରିଛନ୍ତି ଗ୍ରାମବାସୀ l

Related Posts

About The Author

Add Comment