ଆୟୁର୍ବେଦ କୁ ନେଇ ସବଡେଗା ରେ ସ୍ବାସ୍ଥ୍ୟ “ପ୍ରୋବେଧା” ର ନୂତନ ସୂର୍ଯ୍ୟ ଉଦୟ

Spread the love

ସୁନ୍ଦରଗଡ ତା:୫/୧୧/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଆଜିର ସମୟରେ ସବଡେଗାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡୁଥିବା ବେଳେ ଆୟର୍ବେଦ କୁ ନେଇ ଅଞ୍ଚଳ ରେ ନୂତନ ସୂର୍ଯ୍ୟ ଉଦୟ ହେବାକୁ ଯାଉଛି । ପୁରାତନ ଯୁଗରୁ ଆୟୁର୍ବେଦ ଦ୍ଵାରା ଉପଚାର ହେଇ ଲୋକେଉପକୃତ୍ ହେଉଥିଲେ। ଆଜି ଆୟୁର୍ବେଦ ପ୍ରୋବେଧା ରୂପରେ ସବଡେଗା ତଥା ଅଞ୍ଚଳବାସୀଙ୍କ ପାଇଁ ସ୍ୱାସ୍ଥ୍ୟର ଏକ ନୂତନ ରାସ୍ତା ଦେଖାଇବ । ଆଜି ସବଡେଗାରେ ଆୟୁର୍ବେଦ କୁ ନେଇ ଏକ ନୂତନ ହୋମ ସପି ଖୋଲିଛି । ଏହି ହୋମ ସୋପି ମାଧ୍ୟମରେ ଅନେକ ବେକାର ଯୁବକ ଯୁବତୀ ରୋଜଗାର କ୍ଷମ ହେବେ । ତା ସହିତ ଅନେକ ଅଞ୍ଚଳର ଲୋକେ ସ୍ବାସ୍ଥ୍ୟ ଉପରେ ନୂତନ ଦିଗ ଦର୍ଶନର ସହାୟକ ହେବ । ତା ସହିତ ଯୁବପିଢ଼ି ପାଇଁ ଭବିଷ୍ୟତ ତିଆରି କରିବାର ରାସ୍ତା ସୁଦୃଢ଼ କରିବ । ଆଗାମୀ ଦିନରେ ଆୟୁର୍ବେଦ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ପ୍ରତ୍ୟେକ ପରିବାର ନିରୋଗ ରହିବାର ପାଇଁ ଜିଲ୍ଲା ପ୍ରୋବେଧା ସଂଚାଲକ ଗୁଳସନ ବାରୁଆ ମତ ରଖିଥିଲେ । ଅଞ୍ଚଳବାସୀଙ୍କୁ ଆୟୁର୍ବେଦ ସହିତ ଯୋଡ଼ି ହୋଇ ପରିବାର ନିରୋଗ ରହିବା ସହିତ ଭବିଷ୍ୟତ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ । ସବଡେଗା ହୋମ ସପୀ ର ସଂଚାଲକ ତଥା ସ୍ଥାନୀୟ ସରପଞ୍ଚ ଗଣେଶ ପ୍ରଧାନ ସୁସ୍ଥ ସମାଜ ଗଠନ କରିବାରେ ଆଗାମୀ ଯୁବ ପିଢ଼ିକୁ ଆହ୍ଵାନ ଦେବା ସହିତ ଆୟୁର୍ବେଦ କୁ ଗ୍ରହଣ କରି ପରିବାର ନିରୋଗ ରଖିବାକୁ ପରାମର୍ଶ ଦେଇଥିଲେ ।ତା ସହିତ ଏହା ଯୁବପିଢି ଆଗାମୀଦିନରେ ରୋଜଗାର କ୍ଷମ ହୋଇ ନିଜ ଭବିଷ୍ୟତ ଗଢି ନିଜ ଅଞ୍ଚଳ ସହିତ ଜିଲ୍ଲା ଓ ରାଜ୍ୟର ନାମ କୁ ପ୍ରଗତି ପଥରେ ଆଗେଇବେ ବୋଲି ମତ ରଖିଥିଲେ । ଅଞ୍ଚଳ ପ୍ରତ୍ୟେକ ପରିବାର ସହିତ ଏଥିରେ ଯୋଡ଼ିହୋଇ ନିଜର ତଥା ନିଜର ଜନ ସମାଜ କୁ ନିରୋଗ ରଖିବାର ଆବଶ୍ୟକତା ରହିଛି ।

Related Posts

About The Author

Add Comment