ଆହ୍ଲାବାଦ ହାଇକୋର୍ଟର ବିଚାରପତି ବିରେନ୍ଦ୍ର ଶ୍ରୀବାସ୍ତବଙ୍କ କରୋନାରେ ଦେହାନ୍ତ

Spread the love

ପ୍ରୟାଗରାଜ, ୨୮/୪/୨୦୨୧ (ସନ୍ଧାନ ନିଉଜ) : ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଜଷ୍ଟିସ ବିରେନ୍ଦ୍ର କୁମାର ଶ୍ରୀବାସ୍ତବଙ୍କର ବୁଧବାର ଦେହାନ୍ତ ହୋଇଛି। ସେ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ (SGPGI) ରେ ଚିକିତ୍ସିତ ହେଉଥିଲେ। ଏହି ସୂଚନା ଦେବାବେଳେ ଆହ୍ଲାବାଦ ହାଇକୋର୍ଟ ରେଜିଷ୍ଟ୍ରାର (ପ୍ରୋଟୋକଲ) ଆଶିଷ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ ଜଷ୍ଟିସ ଶ୍ରୀବାସ୍ତବ ଆଜି SGPGI ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜଷ୍ଟିସ ଶ୍ରୀବାସ୍ତବଙ୍କ ଅକାଳ ବିୟୋଗରେ ଗୁରୁବାର ଦିନ ଆହ୍ଲାବାଦ ହାଇକୋର୍ଟ ଏବଂ ଏହାର ଲକ୍ଷ୍ନୌ ବେଞ୍ଚ ବନ୍ଦ ରହିବ।

Related Posts

About The Author

Add Comment