ଆହୁରି ସଟ ହେଲା ତହସିଲଦାରଙ୍କୁ…..ଲୋକଙ୍କ ସେବା କରିବାକୁ କହୁଥିବା ମହିୟସୀ ତହସିଲଦାର ନିଜର ସୁବିଧା ପାଇଁ ଗାନ୍ଧୀ ନୋଟ ଲୋଭରେ

Spread the love
ଭୁବନେଶ୍ୱର,୦୫/୦୬ (ସନ୍ଧାନ ନିଉଜ) ବାଲିଅନ୍ତା ତହସିଲଦାର୍ ରଶ୍ମିରେଖା ପ୍ରଧାନ ଓ ଡାଟା ଏଣ୍ଟ୍ରି ଅପରେଟର୍ ଧନେଶ୍ୱର ସାହୁଙ୍କୁ ଗିରଫ୍ କରାଯାଇଛି । ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଉଭୟଙ୍କୁ ଗିରଫ୍ କରିଛି ଭିଜିଲାନ୍‌ସ । ଜମି କିସମ ବଦଳାଇବାକୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ତହସିଲଦାରଙ୍କ ପାଖକୁ ଜମି କିସମ ବଦଳାଇବାକୁ ଜଣେ ବ୍ୟକ୍ତି ଆସିଥିଲେ । କିନ୍ତୁ ତହସିଲଦାର୍ ଉକ୍ତ ବ୍ୟକ୍ତିଙ୍କଠାରୁ ୧ଲକ୍ଷ ୨୦ ହଜାର ଟଙ୍କା ଟଙ୍କା ଲାଞ୍ଚ ଡିମାଣ୍ଡ କରିଥିଲେ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଜଣାଥିଲେ । ଏହାପରେ ଭିଜିଲନ୍ସା ତାର ପ୍ଲାନ୍ ଅନୁଯାୟୀ ଡିମାଣ୍ଡ୍ କରାଯାଇଥିବା ଟଙ୍କା ନେଇ ତହସିଲଦାରଙ୍କୁ ଦବା ପାଇଁ କୁହିଥିଲେ । ତେବେ ବ୍ୟକ୍ତି ଜଣକ ଟଙ୍କା ନେଇ ତହସିଲ୍ ଅଫିସରେ କାମ କରୁଥିବା ଡାଟାଏଣ୍ଟ୍ରି ଅଫିସରକୁ ଦେଇଥିଲେ ।

ଟଙ୍କା ଦେବା ସମୟରେ ଡାଟାଏଣ୍ଟ୍ରି ଅପରେଟର୍ ଧନେଶ୍ୱର ସାହୁ ଏବଂ ତହସିଲଦାର୍ ରଶ୍ମିରେଖା ପ୍ରଧାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ୍ । ସେପଟେ ଲାଞ୍ଚନେବା ଅଭିଯୋଗକୁ ମୁହେଁ ମୁହେଁ ଏଡ଼ାଇଦେଇଛନ୍ତି ତହସିଲଦାର୍ । ସେ ଏହା ତାଙ୍କ ବିରୁଦ୍ଧରେ କୌଣସି ଷଡ଼ଯନ୍ତ୍ର ବୋଲି କହିଛନ୍ତି । ସେପଟେ କିନ୍ତୁ ଡାଟାଏଣ୍ଟ୍ରି ଅପରେଟର୍ ତହସିଲଦାର୍ କହିବା କାରଣରୁ ଟଙ୍କା ନେଉଥିଲେ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି । ତହସିଲଦାରଙ୍କ ଘର ଏବଂ ଅଫିସ୍ ଏବେ ଯାଞ୍ଚ୍ କରାଯାଉଛି ।

Related Posts

About The Author

Add Comment