ଆସିଲାଣି ରଜ

Spread the love
ଆସିଲାଣି ରଜ
ଆସିଲାଣି ରଜ ହୋଇ ସଜବାଜ
ଆସଗୋ ସଜନୀ ଆସ
ମନ ତରୁ ଡାଳେ ଲଗାଇଛି ଦୋଳି
ଆସି ସେ ଦୋଳିରେ ବସ ।।୦।।
ପଛରୁ ତମର ଝୁଲାଉଥିବି ମୁଁ
ନାକେ ବାଜୁଥିବ ବେଣୀ
ହୃଦୟରେ ମୋର କମ୍ପ ଆସୁଥିବ
ସତେ ପାଦ ଗଣି ଗଣି
ଆକାଶରେ ନୂଆ ମେଘ ଖଣ୍ଡ ଚାହିଁ
ହସୁଥିବ ଚାପା ହସ ।।୧।।
ଗାଆଁ ଝିଅ ମାନେ ପରିହାସ ଛଳେ
କହୁଥିବେ କେତେ କଥା
ସେଇ କଥା ଶୁଣି ଲାଜେଇ ଲାଜେଇ
ପୋତୁଥିବ ତମେ ମଥା
ମନେ କିନ୍ତୁ ଆମ ଭରି ଯାଉଥିବ
କଦମ୍ବର ମିଠା ବାସ ।।୨।।

Related Posts

About The Author

Add Comment