ଆସାମ ବନ୍ୟା: ୩୨ ଜିଲ୍ଲାରେ ୩୧ ଲକ୍ଷ ଲୋକ ପ୍ରଭାବିତ; ୪୨ ମୃତ, ୮ ନିଖୋଜ

Spread the love

ଗୌହାଟୀ, ୧୯/୦୬ (ସନ୍ଧାନ ନିଉଜ) ପୂର୍ବେତ୍ତର ରାଜ୍ୟ ‘ଆସାମ’ରେ ବନ୍ୟା ସ୍ଥିତି ଶନିବାର ବିପଦସ୍ତରରେ ପହଞ୍ଚିଛି । ରାଜ୍ୟରେ ଏବେ ବନ୍ୟା ଯୋଗୁଁ ୩୨ ଜିଲ୍ଲାର ୪୨୯୧ଟି ଗାଁରେ ଜଳାର୍ଣ୍ଣବ ଦେଖାଯାଇଛି । ଏଥିରେ ୩୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ନଦୀଗୁଡ଼ିକ ଫୁଲି ଉଠୁଥିବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଛି । ୧୫ ନମ୍ବର ଜାତୀୟ ରାଜପଥ ପାଣିରେ ବୁଡ଼ିଯିବାରୁ ଶହ ଶହ ଟ୍ରକ ରାସ୍ତାରେ ଛିଡ଼ା ହୋଇଛି । ୬୬,୪୫୫.୮୨ ହେକ୍ଟର ଫସଲ ଜଳମଗ୍ନ ହୋଇଛି ।

ବନ୍ୟାଯୋଗୁଁ ଏପର୍ଯ୍ୟନ୍ତ ୨୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୮ ଜଣ ନିଖୋଜ ହୋଇଛନ୍ତି । ହୋଜଇ ଜିଲ୍ଲାରୁ ସର୍ବାଧିକ ୪ ଜଣ, କାର୍ବି ଆଗଲୋଙ୍ଗ (ପଶ୍ଚିମ), କୋକରାଝର ଓ ତାମୁଲପୁର ଜିଲ୍ଲାରେ ଜଣେ ଲେଖାଏଁ ଲୋକ ନିଖୋଜ ହୋଇଛନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ୨ୟ ଥର ପାଇଁ ବନ୍ୟା ଆସିଛି । ବନ୍ୟା ଓ ଭୂସ୍ଖଳନରେ ଏବର୍ଷ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି ।

ତେବେ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଉଛି । ଲୋକଙ୍କୁ ଅସ୍ଥାୟୀ ଶିବିରରେ ସୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି । ସେହିପରି ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସରକାର ଅବଗତ ଅଛନ୍ତି ।

Related Posts

About The Author

Add Comment