ଆସନ୍ତାକାଲି ରାଜ୍ୟର ସମସ୍ତ ବ୍ଲକ ଓ ପୌରାଚଂଳ ଘେରାଉ କରିବ ବିଜେପି

Spread the love

ଭୁବନେଶ୍ୱର, ୨୭/୯ (ସନ୍ଧାନ ନିଉଜ) : ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘର ସବୁକୁ ରାଜ୍ୟ ସରକାର ‘ବିଜୁ ପକ୍କା ଘର’ ଯୋଜନାରେ ହେଉଛି ବୋଲି କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତିା ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ ବଦଲାଇ ବାହା ବାହା ନେବାକୁ ବସିଛନ୍ତି । ଏହା ସଂଘୀୟ ବ୍ୟବସ୍ଥାକୁ ବିରୋଧ କରୁଥିବାରୁ ଏହା ବିରୁଦ୍ଧରେ ରାଜ୍ୟ ବିଜେପି ଶୁକ୍ରବାର ରାଜ୍ୟର ସମସ୍ତ ୩୧୪ ବ୍ଲକ ଏବଂ ପୌରାଚଂଳ ଘେରାଓ କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେବ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

୨୦୧୧ ଜନଗଣନା ଅନୁଯାୟୀ ଏସଇସିସି ତାଲିକା ଅନୁଯାୟୀ ସ୍ଥାନୀୟ ପଂଚାୟତ ଅଧିକାରୀ ଗରୀବ ହିତାଧିକାରୀ ସୂଚୀ ତଦାରଖ କରିବା କଥା । କିନ୍ତୁ ତାଲିକାକୁ ଦଳୀୟ ଆଧାରରେ ତିଆରି କରି ପ୍ରକୃତ ହିତାଧିକାରୀଙ୍କୁ ବଂଚିତ କରାଯାଉଛି । ଗୋଟିଏ ପରିବାରରେ ୨ରୁ ୩ ଜଣଙ୍କ ନାଁରେ ପକ୍କା ଘର ଦିଆଯାଉଛି । କାର୍ଯ୍ୟାଦେଶ ପାଇବା ପାଇଁ ବ୍ୟାପକ ଅର୍ଥ କାରବାର ହେବା ନଜରକୁ ଆସିଛି । ସେହିପରି ଏହି କାର୍ଯ୍ୟଦେଶରେ ପ୍ରଧାନମନ୍ତ୍ରୀ ଆବାସ ବୋଲି ଉଲ୍ଲେଖ ହେବା ଆବଶ୍ୟକ । କାର୍ଯ୍ୟାଦେଶକୁ ପଂଚାୟତ/ବ୍ଲକରେ ଦିଆ ନ ଯାଇ ବିଧାୟକଙ୍କ ସମୟ ସୁବିଧା ଅନୁସାରେ ବଂଟାଯିବା ପାଇଁ ସ୍ଥଗିତ ରଖାଯାଉଛି । ଏହା ଫଳରେ ସମୟାନୁଯାୟୀ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ କାଟି ‘ମୋ ଆବାସ’ କହି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତିି ବୋଲି ଶ୍ରୀ ମହାପାତ୍ର କହିଛନ୍ତିା

Related Posts

About The Author

Add Comment