ଆସନ୍ତାକାଲି ପ୍ରଥମ ଟି-୨୦: ନ୍ୟୁଜିଲାଣ୍ଡ ବିରୋଧରେ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ

Spread the love

ୱେଲିଂଟନ୍‌, ୫/୨(ସନ୍ଧାନ ନିୟୁଜ) : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ଟି-୨୦ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲା ବୁଧବାର ଖେଳାଯିବ। ନ୍ୟୁଜିଲାଣ୍ଡ ବିରୋଧରେ ଭାରତ ୱେଷ୍ଟପାକ୍‌ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ଅପରାହ୍ନ ୧୨ଟା ୩୦ରେ ପଡ଼ିଆକୁ ଓହ୍ଲାଇବ। ଦିନିକିଆ ଶୃଙ୍ଖଳାରେ ୪-୧ରେ ଜିତିଥିବା ଭାରତ ଟି-୨୦ ଶୃଙ୍ଖଳାକୁ ନିଜର କରିବା ପାଇଁ ରଣନୀତି ପ୍ରସ୍ତୁତ କରିବ। ଭାରତ ବିଗତ ୩ ମାସ ମଧ୍ୟରେ ବିଦେଶୀ ମାଟିରେ ମଧ୍ୟ ନିଜର ବଳିଷ୍ଠତା ପ୍ରମାଣିତ କରିଆସିଛି।

ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା। ମ୍ୟାଚ୍‌ ପୂର୍ବରୁ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଶିଖର ଧାଓ୍ଵନ୍‌ କହିଛନ୍ତି, ଆମେ ବି ମଣିଷ ଏବଂ ଶରୀରକୁ ବିଶ୍ରାମ ଦରକାର। ଆମେ ମ୍ୟାଚ୍‌ରେ ବିଜୟୀ ହୋଇ ଶୃଙ୍ଖଳାକୁ ନିଜର କରିବାକୁ ଉଦ୍ୟମ କରିବୁ ବୋଲି ଟିମ୍‌ ଇଣ୍ଡିଆର ଓପନ୍‌ର ଗଣମାଧ୍ୟମକୁ କହିଛନ୍ତି।

ସଂଭାବିତ ଭାରତୀୟ ଟିମ୍‌:

ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଋଷଭ ପନ୍ତ, ଶୁବମନ୍‌ ଗିଲ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟକିପର), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ସିର୍ଦ୍ଧାର୍ଥ କାଉଲ, କୃଣାଳ ପାଣ୍ଡ୍ୟା, କେ ଖଲିଲ ଅହମଦ୍‌, ବିଜୟ ଶଙ୍କର, କେଦାର ଯାଧବ

ସଂଭାବିତ ନ୍ୟୁଜିଲାଣ୍ଡ ଟିମ୍‌:

କେନ୍‌ ଓ୍ଵିଲିୟମ୍‌ସନ୍‌ (ଅଧିନାୟକ), କୋଲିନ୍‌ ମୁନ୍‌ରୋ, ଟିମ୍‌ ସାଉଦୀ (ଓ୍ଵିକେଟ୍‌କିପର), ରସ୍‌ ଟେଲର, କୋଲିନ୍‌ ଗ୍ରାଣ୍ଡହୋମ୍‌, ଜେମସ୍‌ ନୀଶମ୍‌, ମିଚେଲ୍‌ ସଣ୍ଟନର୍‌, ଡଉଗ୍‌ ବ୍ରାସ୍‌େଓ୍ଵଲ୍‌, ଟିମ୍‌ ସାଉଦୀ, ଈଶ ସୋଧୀ, ଲକି ଫରଗୁସନ୍‌, ସ୍କଟ କୁଗ୍‌ଗେଲ୍‌ଇଞ୍ଜ, ଡାରି ମିଚେଲ୍‌

ଗତ ଦିନିକିଆ ଶୃଙ୍ଖଳା ମାଧ୍ୟମରେ ଭାରତକୁ ବିଶ୍ୱକପ୍‌ର ଟିମ୍‌ ପରିଚାଳନା ନିର୍ଦ୍ଧାରିତ କରିବା ଲାଗି ସାହାଯ୍ୟ ମିଳିଛି। ଏବେ ବି କିଛି ଖାଲି ସ୍ଥାନ ରହିଛି ଏବଂ ଟି-୨୦ ଶୃଙ୍ଖଳା ମାଧ୍ୟମରେ ମେ’ ମାସ ଠାରୁ ଜୁଲାଇ ଯାଏଁ ଇଂଲଣ୍ଡରେ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ରେ କିଏ କିଏ ଖେଳିବେ। ଯୁବ ଓ୍ଵିକେଟକିପର ଋଷଭ ପନ୍ତ ଦିନିକିଆରେ ନଥିଲେ ଏବଂ ସେ ଏବେ ୩ ଟି-୨୦ ଶୃଙ୍ଖଳାରେ ନିଜକୁ ପ୍ରମାଣିତ କରି ଚୟନ ପାଇଁ ଦାବି କରିପାରିବେ।

Related Posts

About The Author

Add Comment