ଆସନ୍ତାକାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ, ନବୀନ ନିବାସ ନ ଆସିବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ

Spread the love

ଭୁବନେଶ୍ବର, ୧୫/୧୦ (ସନ୍ଧାନ ନିଉଜ) : ଅକ୍ଟୋବର ୧୬ ବୁଧବାର ହେଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ। ସେ ଆସନ୍ତାକାଲି ଅର୍ଥାତ ବୁଧବାର ୭୪ବର୍ଷ ବୟସରେ ପଦାର୍ପଣ କରିବେ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ଜନ୍ମ ଦିନ ପାଳନ କରିବେ ନାହିଁ। ରାଜ୍ୟରେ ହୋଇଥିବା ସାମୁଦ୍ରିକ ଝଡ଼ ଫନିରେ ହୋଇଥିବା କ୍ଷୟକ୍ଷତି ପାଇଁ ନବୀନ ଏଥର ଜନ୍ମଦିନ ନ ପାଳିବା ପାଇଁ ସୂଚନା ଦେଇଛନ୍ତି। ତେଣୁ ଆସନ୍ତାକାଲି ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ‘ଆମ ଦଳର କର୍ମୀ ଭାଇଭଉଣୀ ଓ ଶୁଭେଚ୍ଛୁମାନଙ୍କୁ ନିବେଦନ କରୁଛି ସେମାନେ ମୋତେ ଶୁଭେଚ୍ଛା ଜଣାଇବା ପାଇଁ ଭୁବନେଶ୍ୱରସ୍ଥିତ ନବୀନ ନିବାସକୁ ଆସିବା ପରିବର୍ତ୍ତେ ନିକଟସ୍ଥ ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଥିବା ସ୍କୁଲକୁ ଯାଆନ୍ତୁ ଓ ସେମାନଙ୍କ ଭଲ ପାଇଁ କିଛି କାମ କରନ୍ତୁ। ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ। ତେଣୁ ସେମାନଙ୍କ ଭଲ ପାଇଁ ଆପଣ ଯାହା କିଛି କରିବେ, ତାହା ମୋତେ ସବୁଠାରୁ ଅଧିକ ଆନନ୍ଦ ଦେବ।’

Related Posts

About The Author

Add Comment