ଆଶ୍ଚର୍ଯ୍ୟ! ଝୁଣ୍ଟି ପଡିବାରୁ ମୃତ୍ୟୁ

Spread the love

ସୁନ୍ଦରଗଡ ୩୦/୦୧/୨୦୨୦ ( ସନ୍ଧାନ ନିଉଜ/ଶୁଭ୍ରାଂଶୁ ପଣ୍ଡା ) ସୁନ୍ଦରଗଡ ଜିଲ୍ଲା କେ-ବଲାଙ୍ଗ ଥାନା ଅନ୍ତର୍ଗତ ସମବା ପଞ୍ଚାୟତ ର ମତହନୁମାନ ଗ୍ରାମ ରେ ଗଙ୍ଗାରାମ  ମାଝୀ (୪୫)  ନାମକ ଜଣେ ବ୍ୟକ୍ତି ଝୁଣ୍ଟି ପଡିବାରୁ ତାଙ୍କର  ମୃତ୍ୟୁ ହୋଇଛି I

ସୂଚନା ଅନୁସାରେ ଗଙ୍ଗାମIଝି  ଗ୍ରାମର ରାସ୍ତା ରେ ଚାଲି ଚାଲି ଯାଉଥିଲେ I ଯାଉଥିବା ସମୟରେ ହଠାତ ସେ ଝୁଣ୍ଟିପଡିଲେ I ପଡିଯିବାରୁ ତାଙ୍କର ମୁଣ୍ଡ ରେ ଆଘାତ ଲାଗିଥିଲା ଯେଉଁଥି ପାଇଁ ସେ ଗୁରୁତର ହୋଇଯାଇଥିଲେ I ତାଙ୍କୁ ସେଠାକାର ସ୍ଥାନୀୟ ଅଧିବାସୀ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଲହୁଣୀପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଥିଲେ , କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥିଲେ I  ଖବର ପାଇ କେ-ବଲାଙ୍ଗ ପୋଲିସ ଲହୁଣୀପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଥିଲେ I ଏବଂ ସେଠାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି I

Related Posts

About The Author

Add Comment