ଆଳୁ ପରେ ରାଉରକେଲାରେ ବିଦେଶୀ ଓ ଦେଶୀ ମଦର କଳାବଜାରୀ

Spread the love

ରାଉରକେଲା, ୨୭/୦୩ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ସାରା ବିଶ୍ୱ ଓ ଦେଶ କୋରୋନାକୁ ନେଇ ସତର୍କତା ଅବଲମ୍ବନ କରୁଛନ୍ତି । ରାଉରକେଲା ପ୍ରଶାସନ ଓ ପୁଲିସ ପକ୍ଷର ମଧ୍ୟ ଏହାକୁ ନେଇ ଜନସାଧାରଣଙ୍କୁ ସଚେତନ କରାଯାଉଛି । ମାତ୍ର ରାତିରେ ହାତିଏ କମାଇବା ଆଶାରେ କିଛି ଅସାଧୁ ବ୍ୟବସାୟୀ ବିଦେଶୀ ଓ ଦେଶୀ ମଦର କଳାବଜାରୀ କରିବାରେ ଲାଗି ପଡ଼ିଥିବା ଜଣାପଡ଼ିଛି । ବିଦେଶୀ ଓ ଦେଶୀ ମଦ ଉପରେ ପଡ଼ିନି ୨୧ ଦିନ ଲକ ଡାଉନର ପ୍ରଭାବ । କୋରୋନା ଭାଇରସକୁ ଖୁଲମଖୁଲ୍ଲା ଭାବେ ବେଖାତିର କରୁଛନ୍ତି ମଦ୍ୟପ! ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶୀ ମଦ ଦୋକାନ ଉପରେ କଟକଣା ଲଗାଯାଇ ବନ୍ଦ କରାଯାଇଛି । ସେପଟେ ଲୁଚାଛପାରେ ପୁଲିସକୁ ଚକମା ଦେଇ ଗଳିକନ୍ଦିରେ ବିକ୍ରି ଚାଲିଛି ବିଦେଶୀ ଓ ଦେଶୀ ମଦ । ଦକ୍ଷିଣ ରାଉରକେଲା ସମେତ ସାରନଗରୀର କିଛି ଜାଗାରେ ୨୫୦ ଟଙ୍କା କଳାବଜାରୀରେ ବିକ୍ରି ହେଉଛି ବିଦେଶୀ ମଦ । ଯାହାର ମୂଲ୍ୟ ୧୫୦ରୁ ୧୬୦ ଟଙ୍କା ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ସେହିପରି ସାରନଗରୀର ବସ୍ତି ଅଂଚଳରେ ମହୁଲି, ହାଣ୍ଡିଆର  ବିକ୍ରି ଉପରେ କୌଣସି କଟକଣା ଲାଗି ନାହିଁ । ଫଳରେ ଏସବୁ ଜାଗା ଅସୁରକ୍ଷିତ ହୋଇ ପଡ଼ିଛି । ଦକ୍ଷିଣ ରାଉରକେଲାର କିଛି ନିର୍ଦ୍ଦିଷ୍ଟ ହୋଟେଲରେ ଉଡୁଛି ମଦ! ମଦ ନେଇ ମଦ୍ୟପ ମାନେ ପୋଲିସ ଭୟରେ ଘଟଣାସ୍ଥଳରୁ ତତକ୍ଷାଣତ ଉଭାନ ହୋଇ ଯାଉଛନ୍ତି । ସ୍ଥାନୀୟ ଟାଙ୍ଗରପାଲ୍ଲୀ ପୁଲିସ ଓ ପିସିଆର ଭ୍ୟାନର ପୁଲିସ କର୍ମଚାରୀ ମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ସାଧାରଣରେ ଦାବି ହୋଇଛି । ସାରନଗରୀରେ ମଦର ଏପରି କଳାବଜାରକୁ ନେଇ କରୋନା ସତର୍କତା ଚୁଲିରେ ବୋଲି ସାଧାରଣରେ ଆଲୋଚନା ହେଉଛି ।

Related Posts

About The Author

Add Comment