ଆଲବାମାରେ ସାମୁଦ୍ରିକ ଝଡ଼, ୨୩ ମୃତ

Spread the love

ୱାସିଂଟନ୍‌  (ସନ୍ଧାନ ନିୟୁଜ) : ଦକ୍ଷିଣପୂର୍ବ ଆମେରିକୀୟ ରାଜ୍ୟ ଆଲବାମାର ଲି କାଉଣ୍ଟିରେ ସାମୁଦ୍ରିକ ଝଡ଼ ଆତଙ୍କ ଖେଳାଇ ଦେଇଛି। ଝଡ଼ ହେତୁ ୨୩ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ୫୦ରୁ ଊର୍ଦ୍ଧ୍ବ ଆହତ ଅଛନ୍ତି। ଆଲବାବାମାର ସବୁଠୁ ବଡ଼ ସହର ଅବର୍ନ‌୍‌ରେ ଭୟଙ୍କର କ୍ଷୟକ୍ଷତି ‌ଘଟିଛି। ଅଧିକାଂଶ ଘରଦ୍ବାର ଭାଙ୍ଗି ଚୁରମାର ହୋଇଯାଇଛି। ଘଣ୍ଟାକୁ ୧୬୫ କିମି ବେଗରେ ପବନ ବୋହୁଛି। ଝଡ଼ ଆଗକୁ ଆହୁରି ଭୟଙ୍କର ରୂପ ନେବ ବୋଲି ଆଲବାମାର ଜାତୀୟ ପାଣିପାଗ ବିଭାଗ ସୂତ୍ରରୁ କୁହାଯାଇଛି। ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଜର୍ଜିଆ, ଫ୍ଲୋରିଡା ଏବଂ ଦକ୍ଷିଣ କାରୋଲିନାରେ ମଧ୍ୟ ଝଡ଼ ନେଇ ହାଇ ଆଲର୍ଟ ଜାରି ହୋଇଛି। ତେବେ ଲି କାଉଣ୍ଟିରେ ଭଗ୍ନ କୋଠାତଳେ ଅନେକ ଲୋକ ଫସି ରହିଥିବାବେଳେ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି ଟ୍ବିଟର ମାଧ୍ୟମରେ ସମସ୍ତ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳରେ ରହିବାକୁ କହିଛନ୍ତି।

Related Posts

About The Author

Add Comment