ଯାଜପୁର, ୨୬/୦୮/୨୦୧୧ (ସନ୍ଧାନ ନିଉଜ): ଆସନ୍ତା ୨୯ ତାରିଖରେ ରାଜସ୍ୱ ନିରୀକ୍ଷକ ବା ଆର୍.ଆଇ. ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷାରେ ଯାଜପୁର ଜିଲ୍ଳ୍ାର ୩୬ ଗୋଟି କେନ୍ଦ୍ରରେ ୯୭୧୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏହାକୁ ସୁ ନିୟନ୍ତ୍ରିତ ଭାବେ ପରିଚାଳନା କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ଚକ୍ରୱର୍ତ୍ତୀ ସିଂ ରାଠୋର ପରୀକ୍ଷା କୋଭିଡ ସମୟରେ ହେଊଥିବାରୁ ଦାୟିତ୍ୱରେ ଥିବା ଅଧିକାରୀ କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟ ଇନ୍ଭିଜିଲେଟର ଓ ପରୀକ୍ଷାର୍ଥୀ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କୋଭିଡ ନିୟମକୁ ମାନି ପରୀକ୍ଷା ପରିଚାଳନା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ମାସ୍କ, ସାନିଟାଇଜର, ସାମାଜିକ ଦୂରତା ଗୁଡିକୁ କଡାକଡି ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ । ପରୀକ୍ଷାର୍ଥୀଙ୍କ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଠାରୁ ପରୀକ୍ଷା ଦେଇ ପେଂରିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ସହାୟକ ଜିଲ୍ଳ୍ାପାଳ ତିଳୋତ୍ତମା ପୃଷ୍ଟି ପରୀକ୍ଷା ପରିଚାଳନା ଓ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । କେନ୍ଦ୍ର ମାଜିଷ୍ଟ୍ରେଟ , ସୁପରଭାଇଜର ଓ କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟଙ୍କର ବିଭିନ୍ନ ପ୍ରଶ୍ନକୁ ସମାଧାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଏହି ପ୍ରଶିକ୍ଷଣ ବୈଠକରେ ଊପଜିଲ୍ଳ୍ାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଗୋପୀନାଥ କୁଅଁର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଳାର ସମସ୍ତ ବି.ଡିଓ., ତହସିଲଦାର, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଓ ସେଣ୍ଟରର ସୁପରିନ୍ଟେଣ୍ଡେଣ୍ଟ ମାନେ ଯୋଗଦେଇ ବୈଠକରେ ଅଂଶ ଗ୍ରହଣ କରିଥିଲେ ।
ଆର୍.ଆଇ. ପରୀକ୍ଷା ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
|
August 26, 2021 |


