ଅକ୍ଟୋବର ୧୧ ତାରିଖ ଯାଏଁ ଏହି ୩ ଜଣଙ୍କୁ ରିମାଣ୍ଡରେ ନେବାକୁ କୋର୍ଟଙ୍କୁ ଏନସିବି ଅପିଲ କରିଥିଲା । କିନ୍ତୁ ୩ ଦିନ ପାଇଁ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ଆନ୍ତଜାର୍ତୀୟ ଡ୍ରଗ୍ସ କାରବାରର ପ୍ରମାଣ ମିଳିଛି । ସେପଟେ ଡ୍ରଗ୍ସ ମାମଲାରେ ଏନସିବି ଟିମ ଆଜି ଶାହରୁଖ ଖାନଙ୍କ ଗରେ ତଲାସୀ କରିପାରେ । ଏହା ଆଇନଗତ କାର୍ୟ୍ୟାନୁଷ୍ଠାନ ଅଟେ । ଯଦି କୌଣସି ଅଭିଯଙ୍କୁ ଗିରଫ କରାଯାଏ ତାହେଲେ ତାଙ୍କ ଘରେ ତଲାସୀ କରାଯାଇଥାଏ । କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ସୋମବାର ପୁଣି ଥରେ ନାର୍କୋଟିକ୍ସ ବିଭାଗର ଟିମ ଚଢାଉ କରିଛି । ଏହି ଚଢାଉରେ ଏନସିବି ଟିମ ହାତରେ ଲାଗିଛି ପୁଣି ଥରେ ଡ୍ରଗ୍ସ । ଏହାସହିତ କ୍ରୁଜରୁ ୮ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ମୁମ୍ବାଇ ଏନସିବି ଜୋନାଲ ହେଡ ସମୀର ୱାଙ୍ଖଡେ ମଧ୍ୟ ସେମାନଙ୍କ ସହ ଏକ ଅଲଗା ଗାଡିରେ ଉପସ୍ଥିତ ଥିଲେ । ସେମାନଙ୍କୁ ଏନସିବି କାର୍ୟ୍ୟାଳୟକୁ ନିଆଯାଇଛି । ପୂର୍ବରୁ ଏନସିବି ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ଶ୍ରେୟାସ ନାୟାର । ଶ୍ରେୟାସ ନାୟାର ହେଉଛି ଆର୍ୟ୍ୟନ୍ ଖାନ୍ ଏବଂ ତାଙ୍କ ବନ୍ଧୁ ଅରବାଜଙ୍କର ଘନିଷ୍ଠ ସମ୍ପର୍କ ରହିଛି । କାରଣ ଏହି ଦୁଇ ଜଣଙ୍କୁ ଶ୍ରେୟାସ ନାୟାର ଡ୍ରଗ୍ସ ସପ୍ଲାୟ କରୁଥିଲେ ।