ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୨ ମୃତ

Spread the love

ତାମିଲନାଡୁ, ୮/୧୨/୨୦୨୧ (ସନ୍ଧାନ ନିଉଜ୍): ସିଡିଏସ ବିପିନ୍ ରାୱତଙ୍କ ସମେତ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କୁ ନେଇ ଯାଉଥିବା ଏକ ଆର୍ମି ହେଲିକପ୍ଟର ବୁଧବାର ତାମିଲନାଡୁର ନୀଳଗିରି ଜିଲ୍ଲାର କୁନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚିଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ୍ ରାୱତ ଏବଂ ତାଙ୍କ ସ୍ତ୍ରୀ ମଧୁଲିକା ରାୱତଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ବାୟୁସେନା ପକ୍ଷରୁ ଏକ ଟ୍ୱଟ୍ ଜରିଆରେ ସୂଚନା ଦିଆଯାଇଛି । ତେବେ ଏହି ଘଟଣାରେ ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂ, ଆହତ ଅବସ୍ଥାରେ ବର୍ତ୍ତମାନ ୱେଲିଙ୍ଗଟନ୍‌ର ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ମଧ୍ୟାନ ସମୟରେ ବାୟୁସେନା ହେଲିକପ୍ଟର ଯୋଗେ ସିଡିଏସଙ୍କ ସମେତ ତାଙ୍କର ୯ ଜଣ ସହଯୋଗି ନେଇ ଯାଉଥିବା ସମୟରେ ତାମିଲନାଡୁର କୁନୁର ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ପ୍ରତିରକ୍ଷା ସେବା ଷ୍ଟାଫ୍ କଲେଜର ଅଧ୍ୟାପକ ଏବଂ ଛାତ୍ର ଅଧିକାରୀମାନଙ୍କୁ ସମ୍ବୋଧିତ କରିବା ପାଇଁ ୱେଲିଂଟନ୍ ଅଭିମୁଖେ ଯାଉଥିଲେ ବିପିନ୍ ରାୱତ ।

ତାଙ୍କର ମୃତ୍ୟୁରେ ରକ୍ଷାମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ସେ ଏକ ଟ୍ୱଟ୍ କରି ଲେଖିଛନ୍ତି ଆଜି ତାମିଲନାଡୁରେ ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହେଲିକପ୍ଟର ଦୁର୍ଘଟଣାରେ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ସଶସ୍ତ୍ର ବାହିନୀର ଆକସ୍ମିକ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରୁଛି। ତାଙ୍କର ଅକାଳ ମୃତ୍ୟୁ ଆମର ସଶସ୍ତ୍ର ବାହିନୀ ଏବଂ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି Deeply anguished by the sudden demise of Chief of Defence Staff Gen Bipin Rawat, his wife and 11 other Armed Forces personnel in an extremely unfortunate helicopter accident today in Tamil Nadu.

His untimely death is an irreparable loss to our Armed Forces and the country.

Related Posts

About The Author

Add Comment