ଆର୍ଥିକ ବଜେଟ ହେଉଛି ଦେଶର ଆର୍ଥିକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରୀ ବଜେଟ :  ରାଜ୍ୟ ବିଜେପି 

Spread the love

ଭୁବନେଶ୍ୱର, ୨/୨/୨୦ (ସନ୍ଧାନ ନିଉଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ଦ୍ୱିତୀୟ ଆର୍ଥିକ ବଜେଟ ହେଉଛି ଦେଶର ଆର୍ଥିକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରୀ ବଜେଟ। ଏହା ସବୁ ବର୍ଗର ଆଶା-ଆକାଂକ୍ଷାକୁ ପୂରା କରିବା ଭଳି ବଜେଟ୍ ବୋଲି ରାଜ୍ୟ ବିଜେପି କହିଛି।

ଶନିବାର ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କେନ୍ଦ୍ରୀୟ ବଜେଟ୍ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ କଂଗ୍ରେସ ସରକାର ୭୦ ବର୍ଷରେ ଯାହା କରିପାରି ନଥିଲା ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରଥମ ୫ ବର୍ଷରେ କରିପାରିଲେ। ପ୍ରତି ପରିବାରକୁ ପାଇଖାନା, ବିଜୁଳି, ରୋଷେଇ କରିବା ପାଇଁ ଗ୍ୟାସ, ମୁଣ୍ଡକୁ ଛାତ ଘର, ସାମାଜିକ ସୁରକ୍ଷା ପାଇଁ ପେନସନ, କୃଷକଙ୍କ ପାଇଁ ଭତ୍ତା ଏସବୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ମୋଦିଙ୍କ ସରକାରର ପ୍ରଥମ ପାଳିର ମୂଳ ଲକ୍ଷ୍ୟ ଥିଲା। ପ୍ରଥମ ପାଳି ଥିଲା ଆବଶ୍ୟକତାର ୫ ବର୍ଷ।

Related Posts

About The Author

Add Comment