ଆର୍ଟି ବ୍ୟାଟେରୀ ଏନ୍.ସି.ସି. ପ୍ରଶିକ୍ଷଣ ଉଦଯାପିତ

Spread the love
ନେମାଳ:- ୧୬/୧/୨୬  (ସନ୍ଧାନ ନ୍ୟୁଜ)  ଜି.ଆଇ.ଇ.ଟି. ବଣିଆଟାଙ୍ଗୀ ପରିସରରେ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ସହବନ୍ଧିତ ହୋଇଥିବା କଟକ ଗ୍ରୁପ୍ ହେଡକ୍ବାଟସ ଅଧୀନସ୍ଥ ଫାଷ୍ଟ ଓଡ଼ିଶା ଆର୍ଟି ବ୍ୟାଟେରୀ ଏନ୍.ସି.ସି.ର ଚାଲୁଥିବା ଦଶଦିନିଆ ସ୍ଵତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । କ୍ୟାମ୍ପ କମାଣ୍ଡ ତଥା କମାଣ୍ଡିଂ ଅଫିସର କନେଲ୍ ଡି. ମୈତ୍ରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି ଶିବିରରେ ଡେପୁଟି କ୍ୟାମ୍ପ କମାଣ୍ଡ ଲେଫଣାଣ୍ଟ ସୁଶାନ୍ତ କୁମାର ସାହୁ, ଲେଫଣାଣ୍ଟ ରତିକାନ୍ତ ସ୍ଵାଇଁ, ଫାଷ୍ଟ ଅଫିସର ମହେନ୍ଦ୍ର କୁମାର ଘଡ଼େଇ, ସେକେଣ୍ଡ ଅଫିସର ରଘୁନାଥ ସାହୁ, ସେକେଣ୍ଡ ଅଫିସର ହରିଶ ନାୟକ, ଥାର୍ଡ ଅଫିସର ପାର୍ଥସାରଥୀ ମଲ୍ଲିକ, ସିଟିଓ ପ୍ରଫେସର ଜଗନ୍ନାଥ ପ୍ରଧାନ, ସିଟିଓ ସୁର୍ୟକାନ୍ତ ଲେଙ୍କା, ଜିସିଆଇ କ୍ରିଷ୍ଣାମୟି ବେହେରା, ସୁବେଦାର ଅନନ୍ତ କୁମାର ଶୁକ୍ଳା , ନାଏବ ସୁବେଦାର ସନ୍ଦୀପ ପାଟିଲ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗ ଦେଇ ଏନ୍.ସି.ସି.ର ପାଠ୍ୟକ୍ରମ , ସାଂସ୍କୃତିକ ,ସାମାଜିକ ଓ ସଚେତନତା କାର୍ଯ୍ୟକ୍ରମରେ ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି, ଡ୍ରିଲ, ମ୍ୟାପ ରିଡ଼ିଂ , ବନ୍ଧୁକ ଚାଳନା, କ୍ରୀଡ଼ା ପଥ ସଞ୍ଚଳ ସହ ଆଗାମୀ ଏ,ବି ଓ ସି ସାର୍ଟିଫିକେଟ ପାଇଁ ପୂର୍ବ ପ୍ରସ୍ତୁତି ଅଭ୍ୟାସ କରାଯାଇଥିଲା । ଏଥିରେ ବିଭିନ୍ନ ଜିଲ୍ଲାରୁ ସିନିଅର ଓ ଜୁନିଅର ବିଭାଗର ୩୫୦ କ୍ୟାଡେଟ ଯୋଗ ଦେଇଥିଲେ । ଶିବିର ସମୟରେ କଟକ ଗ୍ରୁପ୍ କମାଣ୍ଡର କନେଲ୍ ସତ୍ୟବ୍ରତ ସ୍ଵାଇଁ ,କଲେଜର ଅଧ୍ୟକ୍ଷ ପ୍ରଫସର ଡ. ଜୀବନାନନ୍ଦ ଜେନା ଯୋଗ ଦେଇ କ୍ୟାଡେଟମାନଙ୍କୁ ନୀତି ଓ ସତ୍ୟନିଷ୍ଟା ତଥା ଦେଶଭକ୍ତ ହେବା ପାଇଁ ଉତ୍ସାହିତ କରିଥିଲେ । ସିଭିଲ ଷ୍ଟାଫ୍ ପ୍ରସନଜିତ ଶୁକ୍ଳା, ବୈକୁଣ୍ଠ ରାଉତ ଓ ଅନାଦି ଚରଣ ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Related Posts

About The Author

Add Comment