ଯାଜପୁର, ଚଣ୍ଡିଖୋଲ ୦୪/୦୭(ସନ୍ଧାନ ନ୍ୟୁଜ୍)-: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଆରୁହା ଗ୍ରାମ ପଞ୍ଚାୟତର, ଆରୁହା ଗ୍ରାମ ସନ୍ନିକଟ ଏକ ପାହାଡ ଅବସ୍ଥିତ।ଯାହାକି ଚଣ୍ଡିଖୋଲ ଉପ ବନଖଣ୍ଡ ଅଧୀନରେ ଯାଉଛି। ଏହି ପାହାଡ଼ଟି ୧୯୯୯ ମସିହା ପୂର୍ବରୁ ନୀଳଗିରି ଆଉ ଆକାସିଆ ଗଛରେ ସମ୍ପୂର୍ଣ ରୂପେ ପରିପୂର୍ଣ୍ଣ ଥିଲା । କିନ୍ତୁ ୧୯୯୯ ମସିହା ମହାବାତ୍ୟାରେ ଏହି ପାହାଡର ପୂର୍ବ ଆଉ ଉତ୍ତର ପଟ ସମ୍ପୂର୍ଣ୍ଣ ରୂପେ କ୍ଷତି ଗ୍ରସ୍ତ ହୋଇଯାଇଛି। ଯାହାଫଳରେ ପାହାଡର ପାଦ ଦେଶରୁ ଅର୍ଦ୍ଧାଧିକ ସ୍ଥାନ ଲଣ୍ଡା ହୋଇଯାଇଛି। ଏବଂ ଏହା ଦ୍ଵାରା ଅନେକ ବନ୍ୟ ଜନ୍ତୁ ମଧ୍ୟ ଲୋପ ପାଇ ଯାଇଛନ୍ତି।
ଏ ପାହାଡର କିପରି ପୁନରୁଦ୍ଧାର କରାଯାଇପାରିବ,କିଭଳି ଭାବରେ ନୂତନ ଜଙ୍ଗଲ ସୃଷ୍ଟି କରାଯାଇପାରିବ ଏବଂ ଅନେକ ଫଳ ବୃକ୍ଷ ଲଗାଯାଇ ବନ୍ୟ ଜନ୍ତୁ ମାନଙ୍କ ପାଇଁ କିଭଳି ଭାବରେ ଖାଦ୍ୟର ଭଣ୍ଡାର ସୃଷ୍ଟି କରାଯାଇପାରିବ ସେ ସଂକ୍ରାନ୍ତୀୟ ଏକ ଦାବିପତ୍ର ଚଣ୍ଡିଖୋଲ ଉପ ବନଖଣ୍ଡର ବନପାଳ(forester) ଶ୍ରୀଯୁକ୍ତ ଶଶୀକାନ୍ତ ବେହେରା ମହୋଦୟଙ୍କୁ ଆରୁହା ଗ୍ରାମର ଅଧିବାସୀ ଦେବାଶିଷ ପଣ୍ଡାଙ୍କ ଦ୍ଵାରା ଦିଆଯାଇଛି।
ଏହି ବିଷୟରେ ଶ୍ରୀଯୁକ୍ତ ବେହେରାଙ୍କ ସହିତ ଅନେକ ସମୟ ଧରି ପୁଙ୍ଖାନୁପୁଙ୍ଖ ଆଲୋଚନା ଶ୍ରୀଯୁକ୍ତ ପଣ୍ଡା କରିଥିଲେ।
ଏବଂ ଶ୍ରୀଯୁକ୍ତ ବେହେରା ମଧ୍ୟ ଆଶ୍ଵାସନା ଦେଇଛନ୍ତି ଯେ ଖୁବ୍ ଶୀଘ୍ର ଏ ଦିଗ ପ୍ରତି ଧ୍ୟାନ ଦେଇ ସେ ଅଞ୍ଚଳରେ କିଭଳି ଭାବରେ ନୂତନ ଜଙ୍ଗଲ ସୃଷ୍ଟି କରାଯାଇପାରିବ ଏବଂ ହଜିଯାଇଥିବା ସୋନ୍ଦର୍ଯ୍ୟକୁ ଫେରାଇ ଅଣାଯିବ ସେ ଦିଗରେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ।
ଏଥି ସହିତ ଯଦି ଆରୁହା ଗ୍ରାମ ପଞ୍ଚାୟତର ସରପଞ୍ଚ ମହୋଦୟ, ଆରୁହା ଗ୍ରାମର ବୁଦ୍ଧିଜୀବୀ ତଥା ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ ଏବଂ ଖାସ କରି ଗ୍ରାମରେ ଥିବା ଦୁଇଟି କ୍ଲବର (ଜୟ ଦୁର୍ଗା/ୟଙ୍ଗ ଷ୍ଟାର ୟୁଥ୍ କ୍ଲବ୍) ସଦସ୍ୟ ମାନଙ୍କ ସମ୍ପୂର୍ଣ ସହଯୋଗ ରୁହେ ତେବେ ନିଶ୍ଚିତ ଭାବରେ ବନବିଭାଗର ସହଯୋଗରେ ଆରୁହା ପାହାଡରେ ନୂତନ ଜଙ୍ଗଲ ସୃଷ୍ଟି କରାଯାଇ ଆରୁହା ପାହାଡର ହଜିଯାଇଥିବା ସୋନ୍ଦର୍ଯ୍ୟ ଫେରି ଆସିବା ସହିତ ପରିବେଶ ପ୍ରତି ଏକ ନୂତନ ଉପହାର ସଦୃଶ ହୋଇପାରିବ।