ଆରୀ ଦେଓ ମହିଳା ବିଜେଡ଼ି ଉପସଭାପିତ ଭାବେ ମନୋନିତ

Spread the love

ଯାଜପୁର, ୨୧/୦୮/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀମତୀ ଆରତୀ ଦେଓଙ୍କୁ ଜିଲ୍ଲା ମହିଳା ବିଜେଡ଼ି ଉପସଭାପତି ନେତ୍ରୀ ଭାବରେ ମନୋନିତ କରାଯାଇଥିବାରୁ ବ୍ରହ୍ମବରଦା ଅଞ୍ଚଳରେ ବିଜେଡ଼ି ମହଲରେ ଖୁସିର ଲହତି ଖେଳିଯାଇଚି । ଏହି ଅବସରରେ ୩୬ ନଂ ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ଦେଓ ଜନହିତକର କାର୍ଯ୍ୟ କରିଥିବା ବେଳେ, ବିଜୁ ଜନତା ଦଳର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଦେଓଙ୍କୁ ଜିଲ୍ଲା ମହିଳା ଉପସଭା ନେତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି । ଯାହାକି ଶ୍ରୀମତୀ ଦେଓ କଂଗ୍ରେସ ଦଳରୁ ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହୋଇଥିଲେ । ବରୀ ନିର୍ବଚନ ମଣ୍ଡଳୀର ବିଧାୟିକା ସୁନନ୍ଦା ଦାସଙ୍କ ନେତୃତ୍ୱରେ ମହିଳା ସଂଗଠନର ଶ୍ରୀମତୀ ଦେଓ ବିଜୁ ଜନତା ଦଳ ରଥର କର୍ଣ୍ଣ ସାଜିଥିବା ଦେବେନ୍ଦ୍ର ଦାସଙ୍କ ନେତୃତ୍ୱରେ ବରୀ ନିର୍ବାଚନ ମଣ୍ଡଳୀର ସୁପ୍ରିମ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଜନହିତକର କାର୍ଯ୍ୟ ଚାଲିଥିବା ବେଳେ, ଯାଜପୁର ଜିଲ୍ଲାରେ ଜିଲ୍ଲାର ମହିଳା ଉପସଭାପତି ନେତ୍ରୀ ଭାବରେ କୃତଜ୍ଞତା ଜଣାଇବା ସହିତ ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି । ଯାଜପୁର ବିଜେଡ଼ିର ସଂଗଠନର ସାରଥି ସାଜିଥିବା ଯାହାଙ୍କ ନେତୃତ୍ୱରେ ୭ଟି ନିର୍ବାଚନ ମଣ୍ଡଳୀର ବିଜେଡ଼ି ବାଜିମାତ କଲା । ଯାଜପୁର ବିଧାୟକ ବିଜେଡ଼ି ସାଙ୍ଗଠନିକ ସଂମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠି, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ବିଜୁ ଜନତା ଦଳ ସଭାପତି ସମ୍ପାଦକ ମାନଙ୍କୁ ଶ୍ରୀମତୀ ଦେଓ କୃତଜ୍ଞତା ଜଣାଇବା ସହିତ ମହିଳା ସଙ୍ଗଠନକୁ ପଂଚାୟତ ନିର୍ବାଚନରେ ମଜବୁତ କରିବେ ବୋଲି ଶ୍ରୀମତୀ ଦେଓ ସୂଚନା ଦେଇଛନ୍ତି ।

Related Posts

About The Author

Add Comment