ଆରମ୍ଭ ହେଲା ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ସମ୍ପ୍ରସାରଣ କାମ

Spread the love

କଟକ, ୩୧.୦୧.୨୦୨୧(ସନ୍ଧାନ ନିଉଜ୍):- କଟକ ଖାନନଗରରେ ହେବାକୁ ଥିବା ନେତାଜୀ ବସ ଟର୍ମିନାଲ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ବାଦାମବାଡ଼ି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଉଛେଦ କରାଯାଇଛି । ନିକଟରେ ଥିବା ସରକାରୀ ଜମିରେ ମଧ୍ୟ ଉଛେଦ ଆରମ୍ଭ ହୋଇଛି ।ସିଏମସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଆସନ୍ତା ୩ ତାରିଖ ସୁଦ୍ଧା ବିଶ୍ୱନାଥ ପଣ୍ଡିତ ପାଠାଗାର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଡିଏ ସେକ୍ଟର ୬ ରେ ଥିବା ଓଏଟି ବିଲ୍ଡିଂ କୁ ଯିବ। ୧୨ ଏକର ଜମିରେ ହେବ ନେତାଜୀ ବସ ଟର୍ମିନାଲ। ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସ‌ରରେ କଟକରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବସ୍‌ ଟର୍ମିନାଲକୁ ଅନ୍ତର୍ଜାତୀୟସ୍ତରୀୟ କରାଯିବ। ଖାନନଗରରେ ୧୨ ଏକର ଜାଗାରେ ନିର୍ମାଣ ହେବାକୁ ଯାଉଛି ଏହି ଅତ୍ୟାଧୁନିକ ବସ୍ ଟର୍ମିଟାଲ୍‌ । ବସ ଟର୍ମିନାଲଟିରେ ୧୮୦ ବସ୍ ଓ ୨୭୫ କାର୍ ରହି ପାରିବ। ଏଥିପାଇଁ ୬୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

Related Posts

About The Author

Add Comment