ଯାଜପୁର, ୧୪ା୦୪(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ସିଙ୍ଗାପୁର ପଂଚାୟତର ଆରାଧ୍ୟ ଦେବତା ନାରାୟଣ ଗୋସେଇଁ ବିଧିବିଧାନ ଅନୁସାରେ ପୋଖରୀରୁ ବାହାର କରାଯାଇ ଷୋଡ଼ଶ ଏବଂ ପଂଚ ଉପଚାରରେ ପୂଜା କାରଯିବା ସହିତ ମନ୍ଦିର ମଧ୍ୟକୁ ଶଙ୍ଖ ହୁଳହୁଳୀ କିର୍ତ୍ତନ ମଣ୍ଡଳୀଙ୍କ ମାଧ୍ୟମରେ ନାରାୟଣ ଗୋସେଇଁ ବିଜେ କରିଥିଲେ । ପବିତ୍ର ପଣାସଂକ୍ରାନ୍ତୀ ଅବସରରେ ବହୁ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ଅନୁଷ୍ଟିତ କରାଯାଉଚି । ଏହି ଅବସରରେ ପୂଜା କମିଟି ପକ୍ଷରୁ ୩ଦିନ ଧରି ଏହି ଯାତ୍ରା କରାଯାଉଥିବା ବେଳେ, ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଚି । ସ୍ୱାସ୍ଥ୍ୟ ଶିବିର ବିଭିନ୍ନ ସ୍ୱେସ୍ଥାସେବୀ ସଂଗଠନ ପକ୍ଷରୁ ଆୟୋଜନ କରାଯାଇଚି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ଯାତ୍ରା କମିଟିର ଆୟୋଜକ ସରସ ସୁନ୍ଦର ଭାବେ ଯାତ୍ରା କରିବା ଲାଗି ଆୟୋଜନ କରାଯାଇଚି । ଆଜି ଭୋର ୬ଟାରେ ନାରାୟାଣ ଗୋସେଇଁ ପୋଖରୀ ମଧ୍ୟରୁ ବାହାରୀ ରାଜନୀତି ପରମ୍ପରା ଅନୁଯାଇ ବରିଷ୍ଠ ପଣ୍ଡିତ ମାନେ ଏବଂ ରାଜପୁରୋହିତଙ୍କ ତତ୍ୱାବଧାନରେ ପ୍ରଭୂ ଶ୍ରୀ ଶ୍ରୀ ନାରାୟଣ ଗୋସେଇଁ ଜଳ ମଧ୍ୟରୁ ବାହାରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ଚିରାଚରିତ ନିୟମ ଅନୟାଇ ପ୍ରଭୂଙ୍କୁ ବଡ଼ସିଂହାର ବେଶ କରାଯାଇ ଭକ୍ତ ମାନଙ୍କ ଦର୍ଶନ ପାଇଁ ମନ୍ଦିର ମଧ୍ୟକୁ ବିଜେ କରାଯାଇଥିଲା । ଏହି ଅବସରରେ ସିଙ୍ଗାପୁର ଯାତ୍ରା କମିଟିର ଆୟୋଜକ ମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଆରମ୍ଭ ହେଲା ପ୍ରସିଦ୍ଧ ସିଂହାପୁର ଯାତ୍ରା; ପୋଖରୀରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଲେ ନାରାୟଣ ଗୋସେଇଁ
|
April 15, 2022 |