ଆରମ୍ଭ ହେଇ ପାରୁନି ରଥ କାର୍ଯ୍ୟ; ଓଡ଼ିଆଙ୍କ ମଧ୍ୟରେ ଅସନ୍ତୋଷ

Spread the love

ପୁରୀ,୦୭/୦୫ (ସନ୍ଧାନ ନିଉଜ) ଘୋଷଯାତ୍ରା ପାଇଁ ଅକ୍ଷୟତୃତୀୟାଠାରୁ ପାରମ୍ପରିକ ରୀତି ନୀତି ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟର ରଥକାଠ ଅନୁକୂଳ ଶ୍ରୀମନ୍ଦିର ପରିସରରରେ ଅନୁଷ୍ଠିତ ହୋଇଥିଲା। ୩ ତାରିଖ ଲକଡାଉନ ଶେଷ ହେବା ପରେ ୪ତାରିଖ ଦିନ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ ରଥ ନିର୍ମାଣ କାର୍ଯ୍ୟ ରଥଖଳାରେ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନାକମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ସୂଚନା ଦେଇଥିଲେ। ସେହି ଅନୁଯାୟୀ ୫ ତାରିଖ ଦିନ ରଥଖଳାରେ ବିଶ୍ୱକର୍ମା ପହଂଚିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ଆସିନଥିବା ଯୋଗୁଁ ସେମାନେ ଫେରିଯାଇଥିଲେ। ଗତକାଲି ମଧ୍ୟ ରୂପକାର ସେବାୟତ କଣଗୁଜ ଅନୁକୂଳ ପାଇଁ ରଥଖଳାରେ ପହଂଚିଥିଲେ କିନ୍ତୁ ସରକାରୀ ନିର୍ଦ୍ଦେଶନାମା ଆସିନଥିବା ଯୋଗୁଁ ସେମାନେ ମଧ୍ୟ ଅପେକ୍ଷା କରି ଫେରିଯାଇଥିଲେ।

ଆଜି ମଧ୍ୟ ସରକାରଙ୍କ ନିର୍ଦ୍ଦେଶ ନାମା ଏଠାରେ ପହଂଚିନଥିବାରୁ ରଥଖଳାରେ କୌଣସି କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ରଥଖଳା ଶୂନଶାନ ହୋଇ ରହିଛି। ଆଜିକି ରଥ ନିର୍ମାଣ କାର୍ଯ୍ୟ ୧୨ଦିନ ବିଳମ୍ବ ହୋଇସାରିଥିଲେ ମଧ୍ୟ ରଥ ହେବ କି ନାହିଁ ତାହା କୋଟି କୋଟି ଶ୍ରଦ୍ଧାଳୁ ଭକ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ନିର୍ମାଣ ପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି।

କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଲେ ଯାହା କିଛି ନିଷ୍ପତି ନିଆଯିବ ବୋଲି ସୂଚନା ମିଳୁଛି। ଅପର ପକ୍ଷରେ ବିଶ୍ୱକର୍ମା, ଭୋଇ ସେବାୟତ, ରୂପକାର, ଚିତ୍ରକାର, ଦରଜି ସେବାୟତ, କମାର ସେବାୟତ ସମସ୍ତେ ନିର୍ଦ୍ଦେଶ ନାମାକୁ ଅପେକ୍ଷା କରି ବସି ରହିଛନ୍ତି। ସମସ୍ତେ ପ୍ରଭୁଙ୍କ ଭରସାରେ ଅପେକ୍ଷାରତ। ଯଦି ନିଜେ ମହାପ୍ରଭୁ ଚାହିଁବେ ତେବେ ଚଳିତବର୍ଷ ରଥଯାତ୍ରା ହୋଇପାରିବ। ସବୁ ସେହି ଇଚ୍ଛାମୟଙ୍କ ଇଛା। Report- A Biswal 

Related Posts

About The Author

Add Comment