ଆରପିଏଫ ଯବାନଙ୍କ ଯୋଗୁ ଗହଣା ବ୍ୟାଗ ଫେରି ପାଇଲେ ବୃଦ୍ଧ ଦମ୍ପତି

Spread the love
ରାଉରକେଲା ୨୧/୦୨ (ସନ୍ଧାନ ନିୟୁଜ):  କିଛି ଦିନ ତଳେ ଭୁବନେଶ୍ୱର ରେଳ ଷ୍ଟେସନରେ ଆର ପି ଏଫ ଯବାନ ଏକ ଯୁବତୀଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଜଣକୁ ଉଦ୍ଧାର କରି ପ୍ରଶଂସିତ ହୋଇଥିଲେ । ଆଜି ରାଜଗାଙ୍ଗପୁର ରେଳ ଷ୍ଟେସନ ରେ କାର୍ଯ୍ୟରତ ଆରପିଏଫ କନେଷ୍ଟବଳ ଆର କେ ରଞ୍ଜନଙ୍କ ତତ୍ପରତା ତଥା ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବୃଦ୍ଧ ଦମ୍ପତି ନିଜ ସୁନାଗହଣା ଥିବା ଭେନଟି ବ୍ୟାଗ ଟି ଫେରି ପାଇଛନ୍ତି । ସୂଚନା ଅନୁସାରେ ଆଲପୁଜ଼ା ରୁ ଧାନବାଦ ଯାଉଥିବା ଟ୍ରେନ ନଂ 13352ରେ ରବି ନାରାୟଣ ଦାଶ (୭୦) ନିଜ ଧର୍ମ ପତ୍ନୀ ସତ୍ୟଭାମା ଦାଶ (୬୫)ଙ୍କ ସହ ଚେନ୍ନାଇ ଷ୍ଟେସନରୁ ଚଢି ରାଜଗାଙ୍ଗପୁର ସ୍ଥିତ ନିଜ ଝିଅଜ୍ଵାଇଙ୍କ ଘରକୁ ବାହାରିଥିଲେ । ଆଜି ବଡ଼ି ଭୋର ପାଞ୍ଚଟା ସମୟରେ ରାଜଗାଙ୍ଗପୁର ଷ୍ଟେସନ ରେ ଟ୍ରେନଟି ରାଜଗାଙ୍ଗପୁର ଷ୍ଟେସନରେ ପହଞ୍ଚି ଥିଲା । ବୃଦ୍ଧ ଦାଶ ଦମ୍ପତି ଯଥାଶୀଘ୍ର ନିଜ ବେଗପତ୍ର ଧରି ଟ୍ରେନରୁ ଓଲ୍ଲାହି ପଡ଼ିଥିଲେ । ଷ୍ଟେସନ ରୁ ଅଳ୍ପ ଦୂରରେ ଥିବା ନିଜ ଝିଅ ଜ୍ବାଇଁ ଘରେ ପହଞ୍ଚି ଜାଣିବାକୁ ପାଇଲେ ଯେ ସତ୍ୟଭାମା ନିଜ ଭେନଟି ବ୍ୟାଗ ଟିକୁ ବସିଥିବା ଏସଟି୧ ବଗିର 41ନଂ ସିଟରେ ତରବରରେ ଛାଡି ଦେଇଛନ୍ତି । ଦାଶଙ୍କ ଜ୍ବାଇଁଙ୍କ ବଡ଼ ଭାଇ ଜଗନ୍ନାଥ ମିଶ୍ର ସଙ୍ଗେ ସଙ୍ଗେ ଯାଇ ଷ୍ଟେସନରେ ସେହି ସମୟରେ କାର୍ଯ୍ୟରତ ଆରପିଏଫ କନେଷ୍ଟବଳ ରାଜୁ କୁମାର ରଞ୍ଜନଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଶ୍ରୀ ରଞ୍ଜନ ତୁରନ୍ତ ଟ୍ରେନରେ କାର୍ଯ୍ୟରତ ଥିବା ତାଙ୍କ ସହକର୍ମୀଙ୍କୁ ସମସ୍ତ ତଥ୍ୟ ଦେଇ ବ୍ୟାଗ ଟିକୁ ଠାବ କରିବାକୁ କହିଥିଲେ । ଟ୍ରେନ ରାଉରକେଲା ପହଁଚିବା ଆଗରୁ ଦାଶ ଦମ୍ପତି ବସିଥିବା ସିଟରୁ ଭେନେଟି ବ୍ୟାଗ ଟିକୁ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ଅନ୍ୟ ଏକ ଟ୍ରେନରେ ବ୍ୟାଗ ଟିକୁ ଆଣି ରାଜଗାଙ୍ଗପୁର ଠାରେ ଦାଶ ଦମ୍ପତି ଙ୍କୁ ହସ୍ତାନ୍ତର କରିଥିଲେ । ଭେନେଟି ବ୍ୟାଗଟିରେ ନଗଦ ଟଙ୍କା, ମୋବାଇଲ ସହ ସୁନା ଗହଣା ଥିଲା ଯାହାର ଆନୁମାନିକ ମୂଲ୍ୟ ଷାଠିଏ ହଜାର ରୁ ଅଧିକ ହେବ ।

Related Posts

About The Author

Add Comment