ଆରପାରିରେ ସମାଜସେବୀ ମିହିର ସାହୁ, ରାଉରକେଲା ଶୋକାକୂଳ

Spread the love

ରାଉରକେଲା,୧୮/୧୦ (ସନ୍ଧାନ ନିୟୁଜ/ସୁବୋଧ ନାୟକ : ଆର ପାରିରେ ସମାଜସେବୀ ସ୍ୱର୍ଗତଃ ମିହିର କୁମାର ସାହୁ । ଦୀର୍ଘ ଦିନ ଧରି କ୍ୟାନସରରେ ସେ ପିଡ଼ିତ ହୋଇ ଚିକିତ୍ସାରତ ଥିବା ବେଳେ ଗତକାଲି ରାଉରକେଲା ହାଇଟେକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଉଥିବା ବେଳେ, ରାସ୍ତାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ବିଗତ ୩ ବର୍ଷ ହେଲା ସ୍ୱର୍ଗତଃ ମିହିର କୁମାର ସାହୁ ରକ୍ତକର୍କଟ ରୋଗରେ ପିଡ଼ୀତ ଥିଲେ । ତାଙ୍କର ଚିକିତ୍ସା ପ୍ରଥମେ ଭୁବନେଶ୍ୱରର ସମ୍ ହସ୍ପିଟାଲ, ମୁମ୍ବାଇର ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ, କଟକ ସ୍ଥିତ ଆଚାର୍ୟ୍ୟ ହରିହର କ୍ୟାନସର ପ୍ରତିଷ୍ଠାନରେ କରାଯିବା ପରେ ରାଉରକେଲା ସରକାରୀ ହସ୍ପିଟାଲରେ ସେ ନିୟମିତ ଭାବେ କେମୋଥେରାପି ନେଇ ଆସୁଥିଲେ । ଗତ ପ୍ରାୟ ୫ ଦିନ ହେଲା ସେ ହାଇଟେକ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତଃ ମିହିର କୁମାର ସାହୁ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଜଣେ ସମଜେସେବୀ, ଧର୍ମପରାୟଣ, କର୍ତ୍ୟବନିଷ୍ଠ, ମେଳାପି, ବନ୍ଧୁବତ୍ସଳ, ପରୋପକାରୀ ତଥା ସୁପରିଚିତ ବ୍ୟକ୍ତିତ୍ୱ ସହ ସେ ବହୁ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ତାଙ୍କରି ଉଦ୍ୟମରେ କ୍ୟାନସର ଚେତନା କେନ୍ଦ୍ରର ଆର୍ବିଭାବ ହୋଇଥିଲା । କ୍ୟାନସର ଚେତନା କେନ୍ଦ୍ରର ଆବାହକ ଭାବେ ସେ କାର୍ୟ୍ୟକରି ବହୁ ଲୋକଙ୍କୁ ମାରାତ୍ମକ ବ୍ୟାଧି କ୍ୟାନସରର ଭୟାବହତା ସମ୍ପର୍କରେ ରାଉରକେଲାରେ ସଚେତନ କରି ଆସୁଥିଲେ ।

Related Posts

About The Author

Add Comment