ଆରପଟାରେ ପିଡ଼ିଏସ୍ ଚାଉଳ ବଣ୍ଟନ ବନ୍ଦ

Spread the love

ବାରିପଦା,କୁଆମରା, ୨୦/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ଗୋପବନ୍ଧୁନଗର ବ୍ଲକ୍ ଆରପଟା ପଞ୍ଚାୟତରେ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ପିଡ଼ିଏସ୍ ଚାଉଳ ବଣ୍ଟନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ଏହି ପରିସ୍ଥିତି ଉପୁଜିଛି । ସୂଚନା ମୁତାବକ ଗତ ପଞ୍ଚାୟତ ନିର୍ବାଚନଠାରୁ ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି । ଶାସକ ଦଳ ଲୋକେ ବିରୋଧୀ ଦଳ ଲୋକଙ୍କ କାର୍ଡକୁ ଜାଣିଶୁଣି ଲୁଚାଇ ଦେବା ଓ ବିଳମ୍ବରେ ଚାଉଳ ଦେବା ନେଇ ବାରମ୍ବାର ଅଭିଯୋଗ ହେଉଛି । ଏ ଘଟଣାରେ ଗତ ସୋମବାର ଦିନ ବିଡିଓଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ । ଲୋକେ ପୁଣି ଚାଉଳ ବଣ୍ଟନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ କରି ଶତାଧିକ ଲୋକ ପଞ୍ଚାୟତ କାର୍ଯ୍ୟାଳୟ ଘେରଉ କରିବା ସହ ଚାଉଳ ବଣ୍ଟନକୁ ବନ୍ଦ କରି ଦେଇଥିଲେ। ଚାଉଳ ବଣ୍ଟନ ବେଳେ ହିତାଧିକାରୀଙ୍କ କାର୍ଡ ଇଫ୍ଲୋ କରିବା ପାଇଁ ସରପଞ୍ଚଙ୍କ ସପକ୍ଷରେ ଲୋକ ବସିବାକୁ ଜିଦ୍ ଧରୁଥିବା ବେଳେ ବିରୋଧୀ ଗୋଷ୍ଠୀ ଚାହୁଛି ତାଙ୍କ ସପକ୍ଷରେ ଲୋକ ବସନ୍ତୁ । ତେବେ ଏ ରାଜନୀତି ଭିତରେ ହିତାଧିକାରୀ ହିନସ୍ତା ହେଉଛନ୍ତି। ବ୍ଲକ୍ ପ୍ରଶାସନ ବି ଚୁପ୍ ରହିଛି । ଶେଷରେ ଅନ୍ୟ ଉପାୟ ନପାଇ ଚାଉଳ ବଣ୍ଟନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛନ୍ତି ଯୋଗାଣ ସହାୟକ କୌଣସି ସରକାରୀ ଅଧିକାରୀ ବସିଲେ ହିଁ ଚାଉଳ ବଣ୍ଟାଯିବା ବୋଲି ଯୋଗାଣ ସହାୟକ ସୁମନ୍ତ କୁମାର ପ୍ରଧାନ କହିଛନ୍ତି । ଆଜି ମଧ୍ୟ ଏ ଘଟଣାର ସମାଧାନ ହୋଇ ନଥିବା ସୂଚନା ରହିଛି ।

Related Posts

About The Author

Add Comment