ଆରଡ଼ି: (ସନ୍ଧାନ ନ୍ୟୁଜ୍: ପ୍ରଶାନ୍ତ ବାରିକ୍) ଭଦ୍ରକ ଜିଲ୍ଲା ର ଶୈବ ପୀଠ ଆରଡ଼ି ଠାରେ କରୋନା ର ଦ୍ଵିତୀୟ ଲହରୀ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ବାବା ଆଖଣ୍ଡଳମଣି ଙ୍କ ଜଣେ ସେବାୟତ ଙ୍କୁ କରୋନା ପଯେଟିଭ୍ ଚିହ୍ନଟ ହୋଇଛି। ଏହା ପରେ ଜିଲ୍ଲା ପ୍ରଶାସନ ଦୁଇ ଦିନ ପାଇଁ ମନ୍ଦିର ବନ୍ଦ ପାଇଁ ଅନୁମତି ଦେବାପରେ ଆରଡ଼ି ଅନ୍ୟ ସେବାୟତ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏବଂ ଏହାକୁ ପ୍ରତିବାଦ କରି କିଛି ସେବାୟତ ଧାରଣା ରେ ବସିଥିବା ଦେଖାଯାଇଛି। ଦୁଇ ଦିନ ପାଇଁ ଯାତ୍ରୀ ମାନଙ୍କୁ ଦର୍ଶନ କରିବା କୁ ବାରଣ କରାଯାଇଛି ଏବଂ କରୋନା ର ଆରଡ଼ି ରେ ଏପରି କାୟା ବିସ୍ତାର ଦେଖି ଆଖ ପାଖ ଅଞ୍ଚଳ ର ଲୋକେ ଆତଙ୍କିତ ହେବା ସହ କରୋନା ମୁକାବିଲା ପାଇଁ ସଜାଗ ହୋଇଉଠିଛନ୍ତି।
ଆରଡ଼ି ସେବାୟତ ଙ୍କୁ କରୋନା
|
April 16, 2021 |
