ଚଣ୍ଡିଖୋଲ, ୧/୧୦(ସନ୍ଧାନ ନିୟୁଜ/ କେ ଜେନା)-ଗତ କିଛି ଦିନ ହେବ ଆର.ଟି.ଓ କା୍ର୍ୟ୍ୟାଳୟରୁ ଦଲାଲ ଉଛେଦ ଅଭିଯାନ ଜାରି ରହିଥିଲା ବେଳେ ମଙ୍ଗଳବାର ଆଉ ଦଲାଲକୁ ପୋଲିସ ଗିରଫ କରି କୋର୍ଟ ଚଲାଣ କରିିଛି । ରାଧାଦେଇପୁର ଗ୍ରାମର ବଡଚଣାର ବର୍ତମାନର ବିଜେଡି ସଭାପତିଙ୍କ ବଡବାପଙ୍କ ପୁଅ ଭାଇ ସୂର୍ଯ୍ୟମଣି ସାମଲଙ୍କ ପୁଅ ସୁଶୀଳ କୁମାର ସାମଲ ଦୀର୍ଘଦିନ ଧରି ଚଣ୍ଡିଖୋଲ ଆର.ଟି.ଓ କାର୍ଯ୍ୟାଳୟରେ ବେଆଇନ ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ବିଭିନ୍ନ ଉପାୟରେ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ ଲୋକଙ୍କ ଠାରୁ ଅଧିକ ଟଙ୍କା ନେବା ସହିତ କାର୍ଯ୍ୟଳୟରେ ବିଜେଡି ନେତାଙ୍କ ଭୟ ଦେଖାଇ କାର୍ଯ୍ୟ କରାଇଆସୁଥିଲେ । ଏପରି ଭାବରେ ଅନୈତକ ଉପାୟରେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହିତ ଅଫିସରକୁ ମଧ୍ୟ ଭାଗ ଦେଉଥିଲେ । ଚଢାଉ ଜାରି ରହିଥିଲା ବେଳେ ବଡଚଣା ପୋଲିସ ସୁଶୀଳକୁ ଗିରଫ କରିବା ସହ କେଶ ନଂ ୨୦୮/୧୯ ଦଫା ୪୪୮, ୪୧୭, ୪୧୯, ୪୨୦, ୧୨୦ବି ଓ ୩୪ ଆଇ.ପି.ସି. ଧାରାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଆର.ଟି.ଓ ଅଫିସ ଚତୁଃପାଶ୍ୱର୍ରେ ଥିବାବେଆଇନ କେବିନ, ଚାଳିଘର ଓ ସ୍ଥାୟୀ ଭାବେ ନିର୍ମାଣ କରାଯାଇଥରବା ଘର ଗୁଡିକୁ ପ୍ରଶାସ ପକ୍ଷରୁ ୩ ତାରିଖରେ ଭଙ୍ଗା ଯିବ ବୋଲି ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଛି ।
ଆରଟିଓ ଦଲାଲି ଅଭିଯୋଗରେ ବିଜେଡି ସଭାପତିଙ୍କ ଭାଇ ଗିରଫ, ଗୁରୁବାର ଉଛେଦ ହେବ ଆର.ଟି.ଓ ଅଫିସ ନିକଟସ୍ଥ ଚାଳିଆ
|
October 1, 2019 |
