ଆରଏସପି ଅଧିକାରୀଙ୍କ ଘରେ ସିବିଆଇ ଚଢାଉ

Spread the love

ରାଉରକେଲା, ୧୦/୬, (ସନ୍ଧାନ ନିୟୁଜ୍)-ରାଉରକେଲା ଇସ୍ପାତ କାରଖାନାର ନୁ୍ୟପ୍ଲେଟ ମିଲରେ ଡିଜିଏମ ଭାବେ କାର୍ଯ୍ୟରତ ଥିବା ରାଜୀବ ରଞ୍ଜନ ଏବଂ ଅନ୍ୟ ଜଣେ ଅଧିକାରୀଙ୍କ ସମେତ ସହରରେ ଥିବା ହାଇଟେକ ଇନଫ୍ରା ଏବଂ ରିଲାଏବଲ ଇନଫ୍ରା ନାମକ ଏକ ଘରୋଇ କମ୍ପାନୀରେ ବିଭିନ୍ନ ସ୍ଥାନ ସମେତ ସହରର ସମୁଦାୟ ୮ଟି ସ୍ଥାନରେ ସିବିଆଇର ଭୁବନେଶ୍ୱରରୁ ଆସିଥିବା ଏକ ଦଳ ଚଢାଉ କରିଥିବା ଜଣାପଡିଛି  । ସିବିଆଇ ଡିଏସପି ଶ୍ରୀ ସାହୁଙ୍କ ନେତୃତ୍ୱରେ ଏକ ଦଳ ଆସି ରାଜୀବ ରଞ୍ଜନଙ୍କ ସେକ୍ଟର -୧୮ସ୍ଥିତ ଘର ନମ୍ବର ବି/୧୮୩ରେ ପହଂଚିଥିଲେ  । ତେବେ ରାଜୀବ ସହର ବାହାରେ ଥିବାରୁ ସିବିଆଇର କର୍ମଚାରୀମାନେ ଘରେ ଜଗି ରହିଥିବାବେଳେ ଅନ୍ୟ ଦଳ ଆରଏସପି ପରିସରରେ ଥିବା ରାଜବୀ ରଞ୍ଜନଙ୍କ କାର୍ଯ୍ୟାଳୟ, ସେକ୍ଟର -୧୭ ଅଂଚଳରେ ରହୁଥିବା ଅନ୍ୟ ଜଣେ ଆରଏସପି ଅଧିକାରୀ ଏବଂ ସିଭିଲ ଟାଉନସିପଠାରେ ଥିବା ହାଇଟେକ ଇନଫ୍ରା ଏବଂ ରିଲାଏବଲ ଇନଫ୍ରା ନାମକ ୨ଟି ଘରୋଇ କମ୍ପାନୀର କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଜାଗା ଏବଂ କୋଏଲନଗର ଠାରେ ଏକ ବାସଗୃହ ସମେତ ମୋଟ ୮ଟି ଜାଗାରେ ଚଢାଉ ଆରମ୍ଭ କରିଛନ୍ତି  । ଏଠାରେ ସୂଚନାଯୋଗ୍ୟ କି ଗତ ୨୦୧୭ ଜାନୁୟାରୀରେ ଆରଏସପିର ତତକାଳୀନ ଇଡି ବି ପି ବର୍ମା ନିଜ ବାସଭବନରେ ଏକ ଲକ୍ଷ ଟଙ୍କା ଏକ ଘରୋଇ ଠିକା କମ୍ପାନୀଠାରୁ ଲାଂଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡିଥିଲେ  । ଏବେ ଚଢାଉ ହୋଇଥିବା ରାଜୀବ ରଞ୍ଜନ ସେତେବେଳେ ଶ୍ରୀ ବର୍ମାଙ୍କ ପିଏ ଭାବେ କାର୍ଯ୍ୟ କରିଥିଲେ  । ଆରଏସପିର କୋଟି କୋଟି ଟଙ୍କାର ଟେଣ୍ଡରରେ ଶ୍ରୀ ବର୍ମାଙ୍କ ସଂପୃକ୍ତି ନେଇ ସିବିଆଇ ତଦନ୍ତ ଚଳାଇଥିବାବେଳେ ଏହି ଚଢାଉ ସେହି କେସକୁ ନେଇ ହୋଇଛି ବୋଲି ଅନୁମାନ କରାଯାଉଛି ।

Report- Amit Nayak 

Related Posts

About The Author

Add Comment