ଆରଆରବି ଗ୍ରୁପ୍‌ ଡି ପରୀକ୍ଷା-୨୦୧୮: ଡିସେମ୍ବର ୧୭ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷା ତାଲିକାକୁ ଆବେଦନକାରୀ ଏପରି କରନ୍ତୁ ଚେକ୍‌

Spread the love

ନୂଆଦିଲ୍ଲୀ ୨୧/୧୦ (ସନ୍ଧାନ ନିୟୁଜ) : ରେଳବାଇ ଭର୍ତ୍ତି ବୋର୍ଡ ଅକ୍ଟୋବର ୨୯ରେ ହେବାକୁ ଥିବା ପରୀକ୍ଷା ପାଇଁ ସିଡ୍ୟୁଲ ଜାରି କରାଯାଇଛି। ରେଳବାଇର ନୋଟିଫିକେସନ୍‌ ମୁତାବକ ଯେଉଁ ଆବେଦନକାରୀଙ୍କ ପରୀକ୍ଷା ଅକ୍ଟୋବର ୨୯ରୁ ହେବାକୁ ଅଛି ସେମାନଙ୍କ ପରୀକ୍ଷା ତାରିଖ, କେନ୍ଦ୍ର ଓ ସିପ୍ଟଟj ସୂଚନା ଜାରି କରାଯାଇଛି।

ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ ଯେ, ଫ୍ରେବୁଆରି ମାସରେ ଗ୍ରୁପ୍‌ ଡି ପଦବୀର ଭର୍ତ୍ତି ପାଇଁ ରେଳବାଇ ବିଜ୍ଞାପନ ଜାରି କରିଥିଲା। ଗ୍ରୁପ୍‌ ଡିର ପରୀକ୍ଷା ପ୍ରଥମ ଥର କମ୍ପ୍ୟୁଟର ଆଧାରରେ ହେଉଛି। ପରୀକ୍ଷା ପ୍ରତ୍ୟେକ ଦିନ ତିନିଟି ସିପ୍ଟଟର ଆୟୋଜିତ କରାଯାଉଛି। ଯେଉଁ ପରୀକ୍ଷାର୍ଥୀଙ୍କ ପରୀକ୍ଷା ୨୯ ତାରିଖ ରହିଛି। ସେମାନେ ନିଜର ପରୀକ୍ଷା କେନ୍ଦ୍ର, ସିପ୍ଟ ଡିଟେଲ ନିଜ ରିଜନ୍‌ର ଆରଆରବି େଓ୍ଵବସାଇଟ୍‌ରେ ଚେକ୍‌ କରି ପାରିବେ। ଆର୍ଡମିଟ କାର୍ଡ ୨୫ ତାରିଖ ସୁଦ୍ଧା ୱେବସାଇଟରେ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ଆର୍ଡମିଟ କାର୍ଡ ପାଇବା ପାଇଁ ୱେବସାଇଟରେ ରେଜିଷ୍ଟ୍ରେସନ ନମ୍ବର ଓ ଜନ୍ମ ତାରିଖ ସାହାଯ୍ୟରେ ଆର୍ଡମିଟ କାର୍ଡ ଓ ଇ-କଲ୍‌ ଲେଟର ଡାଉନଲୋଡ କରିପାରିବେ ।

ସୂଚନା ମୁତାବକ, ରେଳ ବିଭାଗର ‘ଗ୍ରୁପ ଡି’ରେ ଚାକିରି ପାଇଁ ସେପ୍ଟେଟର ୧୭ତାରିଖରୁ ପରୀକ୍ଷା ଆରମ୍ଭ ହୋଇଛି । ଏହା ଆସନ୍ତା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ‘ଗ୍ରୁପ ଡି’ର ୬୨ ହଜାର ୯୦୭ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେଉଛି । ଏହି ପଦ ପାଇଁ ୧.୯୦କୋଟି ପିଲା ଆବେଦନ କରିଥିଲେ।

ପରୀକ୍ଷା ତାରିଖ, କେନ୍ଦ୍ର ଓ ସିପ୍ଟଟ ସୂଚନା ପାଇଁ ଏଭଳି ଚେକ୍‌ କରନ୍ତୁ

ଷ୍ଟେପ୍‌ ୧: ଆବେଦନକାରୀଙ୍କ ପରୀକ୍ଷା ତାରିଖ, ତିଥି ଓ କେନ୍ଦ୍ର ଚେକ୍‌ କରିବା ପାଇଁ ରିଜନ ଆରଆରବି େଓ୍‌ବସାଇଟକୁ ଯିବାକୁ ପଡ଼ିବ`

ଷ୍ଟେପ୍‌ ୨: ହୋମ୍ପେଜରେ ଦିଆଯାଇଥିବା Click here for Exam Date, City And Shift Detailsର ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ।

ଷ୍ଟେପ୍‌ ୩: ନିଜର ରେଜିଷ୍ଟ୍ରେସନ୍‌ ନମ୍ବର ଓ ପାସ୍‌ଓ୍‌ାର୍ଡ ସାହାଯ୍ୟରେ ଲଗ୍‌ ଇନ୍‌ କରିବାକୁ ପଡ଼ିବ।

ଷ୍ଟେପ୍‌ ୪: ଏବେ ପରୀକ୍ଷା ତାରିଖ, କେନ୍ଦ୍ର ଓ ସିପ୍ଟ ଡିଟେଲ ଆପଣଙ୍କ ସ୍କ୍ରିନ୍‌ରେ ଆସିଯିବ।

Related Posts

About The Author

Add Comment