ଚଣ୍ଡିଖୋଲ,, ୧୧/୧୦/୨୦ (ସନ୍ଧାନ ନିଉଜ) : ମହାବିନାୟକ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ କର୍ମ ରବିବାର ଦିନ ଆୟାଜନ ହୋଇଅଛି। ଏହି ଅବସରରେ NSS unity ର ପୁରାତନ ଛାତ୍ର ଏବଂ ସ୍ବାଭିମାନ ସ୍ବେଚଛାସେବୀ ସଂଗଠନ ର ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଅଛି। ଏଥିରେ ଅନେକ ସ୍ବେଛାସେବୀମାନେ ତାଙ୍କର ବହୁମୂଲ୍ୟ ସମୟ ଦେଇ ଏହାକୁ ସଫଳ ରୂପାୟନ କରିଛନ୍ତି । ମହାବିନାୟକ ଛକ ଠାରୁ ଚଣ୍ଡିମନ୍ଦିର ଛକ ପର୍ଯ୍ୟନ୍ତ ବର ଗଛ ଲଗାଇବା ର ପ୍ରୟାସ ଜାରି କରିଛନ୍ତି। ଯାହାକି ପ୍ରୟାସ ସଂଗଠନ ଚଣ୍ଡିଖୋଲ ଉଦ୍ୟମରେ ସମ୍ପାଦିତ ହୋଇଛି। ମୁଖ୍ୟ ଆବାହକ ବି ବି ସ୍ଵଂଶାସିତ୍ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ତଥା ପ୍ରକୃତିମିତ୍ର ସମ୍ମାନିତ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି ଏବଂ ପ୍ରଥମେ ବୃକ୍ଷ ରୋପଣ କରି କର୍ଯ୍ୟକର୍ମାର ଶୁଭାରମ୍ଭ କରିଥିଲେ। ଏଥିରେ ଉଦୟମାନ୍ ସ୍ବେଛାସେବୀ ଯୁବସେବା ଯୋଜନା ର ସମ୍ପାଦକ ଗୋରେଖ ଚନ୍ଦ୍ର ରାଉତ, ଆମ ସ୍ବାଭିମାନ ର ସଭାପତି ସୁଶିଲ କୁମାର ସାହୁ, ବିଚିତ୍ର କୁମାର ସାହୁ,ପ୍ରଦୀପ କୁମାର ବେହେରା,ସୁରେଶ ପ୍ରସାଦ ସାହୁ, ଦେଭେ ସାହୁ , ଉମେଶ କୁମାର ନାୟକ, ପ୍ରୀୟକନ୍ତ ନାୟକ,ଦୟାନିଧି ସାହୁ, ହରିହର ସାହୁ, ପ୍ରୟାସ ସଂଗଠନ ର ସମ୍ପାଦକ ଭାରତ ଭୂଷଣ ପଣ୍ଡା, ଆଦି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଆମ ସ୍ବାଭିମାନ ଏବଂଯୁବସେବା ଯୋଜନା ବୃକ୍ଷ ରୋପଣ କାର୍ଯ୍ୟକ୍ରମ
|
October 11, 2020 |


