କଟକ, ୨/୨/୨୬ (ସନ୍ଧାନ ନ୍ୟୁଜ ): ରାଜଧାନୀ ମନ୍ଦିର ମାଳିନୀ ଭୁବନେଶ୍ୱର ଅଟେ l ଏଠାରେ ଅନେକ ମନ୍ଦିର ରହିଅଛି l ତନ ମଧ୍ୟରେ ରାମ ମନ୍ଦିର,ଲିଙ୍ଗରାଜ ମନ୍ଦିର,କେଦାର ଗୌରୀ ମନ୍ଦିର ଅନ୍ୟତମ l ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ନିକଟରେ ଥିବା ଧଵଳହାର ଗ୍ରାମ ରେ ରୁହନ୍ତି ଶତାୟୁ ମହିଳା ପଦ୍ମାବତୀ ଦାସ l ବୟସର ଅପରାହ୍ନ ରେ ସେ ବେଶ ଚଳ ଚଞ୍ଚଳ l ତାଙ୍କ ଜୀବନ କାଳ ମଧ୍ୟରେ କୋଡିଏ ଗୋଟି ମନ୍ଦିର ତୋଳି ସାରିଲେଣି l ସାମାଜିକ ଗଣ ମାଧ୍ୟମ ଏହି ମା ଙ୍କ ବିଷୟରେ ପ୍ରକାଶିତ ହେଲା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ପହଞ୍ଚିଥିଲେ ମା ପଦ୍ମାବତୀଙ୍କ ବାସଭବନ ରେ l ମା ପଦ୍ମାବତୀ ନା କୋଟିପତି ଅଟନ୍ତି ନା ବହୁତ ଟଙ୍କା ତାଙ୍କ ପାଖରେ ଅଛି କିନ୍ତୁ ଅଛି ଭଗବାନଙ୍କ ପାଇଁ ମନ୍ଦିର ତୋଳି ବାର ପ୍ରଚେଷ୍ଟା ଜାରି ରଖିଛନ୍ତି l ଜାଣି ଦୁଖୀ ହେବେ ଯେ ମା ପଦ୍ମାବତୀ ଏହି ମନ୍ଦିର ତୋଳିବା ପାଇଁ ଭିକ୍ଷା କରିଥାନ୍ତି l ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସାମାଜିକ ଓ ସଂସ୍କୁତିକ କାର୍ଯ୍ୟକ୍ରମ କରିଥାନ୍ତି l ମା ଙ୍କ ପାଇଁ ମହାପ୍ରଭୁଙ୍କ ପଟଚିତ୍ର,ମହାପ୍ରଭୁଙ୍କ ବାନା,ଶୁଭ କଳସ, ଶାଢ଼ୀ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା l ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି କହିଥିଲେ ମା ତତେ ଅନନ୍ତ କୋଟି ପ୍ରଣାମ l କାର୍ଯ୍ୟକ୍ରମ ରେ ଟ୍ରଷ୍ଟର ସଭାପତି ମହାନ୍ ମଣିଷ ଦମନ ମହାନ୍ତି, ତପନ କୁମାର ନାଥ, ଆକାଶ ଦାସ, ସରୋଜ କୁମାର ସାମଲ,ମକର ବେହେରା ଓ ଟ୍ରଷ୍ଟ ର ସହଯୋଗୀ ଗୌରାଙ୍ଗ ନାୟକ ଉପସ୍ଥିତ ଥିଲେ l
ଆମ ସମୟର ଭିନ୍ନ ଏକ ବିଶୁ ମହାରଣା: ମା’ ପଦ୍ମାବତୀ ।
|
February 2, 2026 |



