ଆମ ପ୍ରାଚୀନ ସଭ୍ୟତାକୁ ଚିହ୍ନିବା ଆବଶ୍ୟକ, ଭାତର ବିଶ୍ୱକୁ ଦିଗଦର୍ଶନ ଦେବ ତାହା ଆଗମୀ ପିଢ଼ୀ ମାନଙ୍କ ପାଇଁ ସମ୍ଭବ ହେବ: ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା; ଡି.ୟୁ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

Spread the love

ଯାଜପୁର (ସନ୍ଧାନ ନିୟୁଜ): ଆମ ପ୍ରାଚୀନ ସଭ୍ୟତାକୁ ଚିହ୍ନିବା ଆବଶ୍ୟକ, ଭାରତ ବିଶ୍ୱକୁ ଦିଗଦର୍ଶନ ଦେବ, ତାହା ଆଗମୀ ପୀଢ଼ୀ ମାନଙ୍କ ପାଇଁ ସମ୍ଭବ ହେବ, ଆମ ପ୍ରାଚୀନ ସଭ୍ୟତା ବିଶ୍ୱ ବିଦିତ ତାହା ଜାଣିବା ଦରକାର, ଏହି ଭାରତର ଅନେକ ପୁରାତନ ବିଶ୍ୱବିଦ୍ୟାଳୟ, ରନ୍ତଗିରି, ଉଦୟଗିରି, ଲଳିତଗିରି, ଭଳି ବିଶ୍ୱବିଦ୍ୟାଳୟ ରହିଥିଲା ଏଥିରୁ ସ୍ପଷ୍ଟ ଅନୁମେୟ ପ୍ରଚୀନ ଯୁଗରୁ ଆମେ ବିଶ୍ୱରେ ଜ୍ଞାନ ପ୍ରଦାନ ପାଇ ପରିଚିତ ଥିଲେ ଏବଂଁ ରାଧନଗର ଉତ୍କଷ୍ଟ ସଭ୍ୟାତର ଭଳି ଦୁଇହଜାର ବର୍ଷତଳୁରୁ ଆମକୁ ବିଶ୍ୱରେ ପରିଚିତି କରାଇପାରିଛି। ଏହିଭଳି ଯାନ୍ତ୍ରିକ ଯୁଗର ନୂଆ ଉଦ୍ଭାବନ ମଧ୍ୟ ଆମ ବେଦ ସାହିତ୍ୟାରେ ପୂର୍ବରୁ ଅନେକ ତଥ୍ୟ ରହିଅଛି। ଯାହାକୁ ଆଧାର କରି ଭାରତ ବିଶ୍ୱକୁ ନୂତନ ଦିଗଦର୍ଶନ ଦେଇପାରିବ ଆଉ ଏହା ଆଗମୀ ପିଢ଼ୀଙ୍କ ଉତ୍ତମ ଶିକ୍ଷା ଦକ୍ଷତା ପାଇଁ ସମ୍ବବ ହୋଇପାରିବ ବୋଲି ଡି.ୟୁ ପବ୍ଲକ ସ୍କୁଲର ୧୭ତମ ବାର୍ଷିକ ଉତ୍ସବରେ ଯାଜପୁରର ମାନ୍ୟବର ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା ଉଦଘାଟକ ଭାବେ ଯୋଗଦେଇ ଏହାକୁ ଉଦଘାଟକ କରି ମତ ପ୍ରକାଶ କରିଛନ୍ତି।

 

ଏଥିରେ ମୁଖ୍ୟ ଅତିଥି ଭାବେ ଏ.ଆଇ.ଆଇ.ଏମ.ଏସ.ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ଅଭିଭାବକ ମାନଙ୍କୁ କିଭଳି ଶିକ୍ଷାଦାନ ବ୍ୟବସ୍ଥା ଭିତରେ ଶିକ୍ଷାଲାଭ କଲେ ତାହା ଫଳପ୍ରଦ ହୋଇପାରିବ ତାହା ବୁଝାଇ ଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡିଆ ବିଭାଗର ପ୍ରଫେସର ଡକ୍ଟର ବିଷ୍ଣୁପ୍ରିୟା ଓତା ଯୋଗଦେଇ ଅନେକ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ବଡଚଣା ବିଧାୟକ ଅମର କୁମାର ନାୟକ ଯୋଗଦେଇଥିଲେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ଏନ.ସି ସଂୟଶାସିତ ବିଦ୍ୟାଳୟର ପ୍ରଫେସର ଡକ୍ଟର ବିଶ୍ୱଜିତ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ମହାପାତ୍ର ବାର୍ଷିର୍କ ବିବରଣୀ ପଠନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଡିଜିଟାଲ ୱବେ ପ୍ଲାଟଫର୍ମ ଡି.ୟୁ ଟାଇମ୍ସ ଓଡିଶା ଉନ୍ମୋଚିତ କରାଯାଇଥିଲା। ପରେ ବିଭିନ୍ନ କଳା କୌଶଳ ପାରିଦାର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବିଦ୍ୟାଳୟର ଛାତ୍ରଛତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ମାନେ ପରିଚାଳନା କରିଥିଲେ।

Related Posts

About The Author

Add Comment