ବାଲୁଗାଁ, ୧୪/୧୨ (ସନ୍ଧାନ ନିଉଜ) : ପୁରୀ ଜିଲା ବାଲୁଗାଁ ଥାନା ଅନ୍ତର୍ଗତ ଗଙ୍ଗନଗର ଗ୍ରାମରେ ଶନିବାର ଜଣେ ଯୁବକ କଲେଜ ଛାତ୍ରୀଙ୍କ ଘରେ ପଶି ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରେମ ନିବେଦନ କରି ବିଫଳ ହେବାରୁ ଅଭିଯୁକ୍ତ ଯୁବକ ଜଣଙ୍କ ଏଭଳି କରିଛି। ହତ୍ୟା କରିଥିବା ଯୁବକ ଜଣଙ୍କ ଛାତ୍ରୀଙ୍କ ଗ୍ରାମର ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଯୁବକକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।
ପ୍ରେମ ନିବେଦନ କରି ବିଫଳ ହେବାରୁ ଛାତ୍ରୀଙ୍କ ଘରେ ପଶି ଗଳାକାଟି ହତ୍ୟା ଅଭିଯୋଗ
|
December 14, 2019 |