ଆମ୍ବୁଲାନ୍ସ ପହଞ୍ଚିଲାନି , ରାସ୍ତାରେ ଜନ୍ମହନେଲେ ଜାଆଁଳା ଶିଶୁ
ଆମ୍ବୁଲାନ୍ସ ପହଞ୍ଚିଲାନି , ରାସ୍ତାରେ ଜନ୍ମହନେଲେ ଜାଆଁଳା ଶିଶୁ
Manas Kumar Rout |
July 26, 2020 |
ବାରିପଦା-୨୬/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) ;- ଲୁଚାଇଲେ ବି ଲୁଚିଲାଣି ବିଳମ୍ବରେ ଆସିଲା ଖବର ,ହେଲେ ଛାତି ଥରାଇବା ଭଳି । ନିରାପଦ ମାତୃତ୍ରୃ ଓ ପ୍ରସବ ଯୋଜନାରେ ଏ ଖବର ଏକ ଶକ୍ତ ଚାପୁଡ଼ା । ଆମ୍ବୁଲାନ୍ସ ପହଞ୍ଚିଲାନି , ବାଟରେ ଜନ୍ମ ନେଲେ ଜାଆଁଳା ଶିଶୁ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଡାକ୍ତରଖାନାରେ ସଂଘର୍ଷ କରୁଛି । ଗତ ୧୨ ତାରିଖ ଯଶିପୁର ମହୁଲପଦା ସାହିର ଏ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛନ୍ତି ।
ସୁଜିତ ତିରିଆଙ୍କ ସ୍ତ୍ରୀ ନିଶ୍ଚଳା ମହାନ୍ତ (୧୮) ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସ୍ବାମୀ କିଛି ବାଟ ନ ପାଇ ସ୍ତ୍ରୀଙ୍କୁ କାନ୍ଧରେ ବୋହି ଆଣୁଥିଲେ । ପ୍ରସବ ଯନ୍ତ୍ରଣାରେ ଛଟପଟ ନିଶ୍ଚଳା ମଝି ରାସ୍ତାରେ ସନ୍ତାନ ଜନ୍ମ ଦେଲେ । ଇଟାମୁଣ୍ଡି ନିକଟରେ ଠିଆ ହୋଇଥିବା ଜନନୀ ଏକ୍ସପ୍ରେସ ପାଖରେ ପହଞ୍ଚାଇବା ବେଳକୁ ଦ୍ବିତୀୟ ସନ୍ତାନ ଜନ୍ମ ନେଇଥିଲା ।
ଅପରିପକ୍ସ ପ୍ରସବ ହେତୁ , ଜଣଙ୍କ ଓଜନ ମାତ୍ର ୬୦୦ ଗ୍ରାମ ହୋଇଥିବା ବେଳେ ଅନ୍ୟ ଜଣଙ୍କ ୧ କେଜି । ଯଶିପୁର ରେ ପହଞ୍ଚି ଚିକିତ୍ସା ଆରମ୍ଭ ପରେ ସଙ୍ଗେ ସଙ୍ଗେ କରଂଜିଆ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୬୦୦ ଗ୍ରାମ ଓଜନ ଥିବା ଶିଶୁର ମୃତ୍ୟୁ ଘଟିଥିଲା । ଅନ୍ୟ ସନ୍ତାନକୁ ସେଠାରେ ରଖାଯାଇ ଆଜି ପର୍ୟ୍ୟନ୍ତ ଚିକିତ୍ସା ଜାରି ରହିଛି ।
ଏ ରାସ୍ତା ଯନ୍ତ୍ରଣାଠାରୁ କିଛି କମ୍ ନୁହେଁ । ପ୍ରସୂତି ଦୂରେ ଥାଉ , ଗୁରୁତର ରୋଗୀର ଜୀବନ ବି ରାସ୍ତାରେ ଚାଲିଯିବ । କାରଣ ଏ ଗାଁରେ ଆମ୍ବୁଲାନ୍ସ ପହଞ୍ଚିବା ପୂରା ଅସମ୍ଭବ । ରାସ୍ତାର ଦୁର୍ଦ୍ଦଶା ପାଇଁ ବାରମ୍ବାର ଅଭିଯୋଗ ପରେ ନିକଟରେ ରାସ୍ତା କାମ ଆରମ୍ଭ ହୋଇଛି । ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ତିଆରି ଆରମ୍ଭ ହୋଇଥିବା ବେଳେ କେବଳ ମାଟି ପଡିଛି । ଆଉ ବର୍ଷା ହେବା ପରେ ସେଥିରେ ଚାଲିକି ଯିବା କଷ୍ଟକର ସୋଇପଡିଛି ।
Related Posts
About The Author