ଘଟଗାଁ,୧୬/୧୨(ସନ୍ଧାନ ନିୟୁଜ): ଘଟଗାଁ ଥାନା ଅନ୍ତର୍ଗତ ବାଲିଯୋଡି ଛକ ନିକଟରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଘଟଗାଁ ବ୍ଲକ ଅନ୍ତର୍ଗତ ପର୍ଶୁରାମପୁର ଗ୍ରାମର ଲୋଚନା ନାଏକ । ସୂଚନା ଅନୁଯାୟୀ ମହିଳା ଜଣକ ତାଙ୍କର କିଛି ସମ୍ପର୍କୀୟଙ୍କ ସହ ନିଜ ଝୀଅ ଘର ବାଲିଯୋଡୀ ଗ୍ରାମକୁ ବସ ଯୋଗେ ଆସି ଛକ ନିକଟରେ ଓହ୍ଲାଇ ରାସ୍ତାରେ ଯାଉଥିବା ବେଳେ ଦୃତ ଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ୨୦ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଏଥିପାଇଁ ରାସ୍ତାର ଉଭୟ ପାଶ୍ୱରେ ବହୁ ଯାନବାହାନ ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଗାଁ ଥାନା ଆଇଆଇସି ସତିସ ଚନ୍ଦ୍ର ନାଏକଙ୍କ ପୋଲିସ କର୍ମଚାରୀ ମାନଙ୍କ ସହ ଘଟଣା ସ୍ଥଳରେ ପହିଚିଁ ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ କ୍ଷତିପୂରଣ ନମିଳିବା ଯାଏଁ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ସ୍ଥାନୀୟ ଲୋକେ ଜିଦ ଧରି ବସିଥିଲେ । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିନଥିବା ଜଣାପଡିଛି ।
ଆମ୍ବୁଲାନ୍ସ ଧକ୍କାରେ ମହିଳା ମୃତ, କ୍ଷତିପୁରଣ ଦାବିରେ ରାସ୍ତାରୋକ
|
December 16, 2018 |