ଆମେରିକାର ପୂର୍ବତନ ରାଷ୍ଟ୍ରପତି କ୍ଲିଣ୍ଟନ ଓ ଓବାମାଙ୍କ ଘରେ ପାର୍ସଲ ବୋମା LatestLeading

Spread the love

ନ୍ୟୁୟର୍କ୨୪/୧୦(ସନ୍ଧାନ ନିୟୁଜ) : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ବିଲକ୍ଲିଣ୍ଟନ ଓ ତାଙ୍କ ପତ୍ନୀ ତଥା ଆମେରିକାର ପୂର୍ବତନ ପରରାଷ୍ଟ ସଚିବ ହିଲାରି କ୍ଲିଣ୍ଟନଙ୍କ ନିକଟକୁ ବିସ୍ଫୋରକ ପଦାର୍ଥ ପଠାଯାଇଥିବା ଜଣାପଡିଛି । ଏକ ପ୍ୟାକେଟରେ ବିସ୍ଫୋରକ ପଦାର୍ଥ ପଠାଯାଇଥିବା ଜଣାପଡିଛି ।
ଆମେରିକାର ସିକ୍ରେଟ ସର୍ଭିସ ( ଗୁଇନ୍ଦା ସେବା) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିସ୍ଫେରକ ଥିବା ଏସବୁ ପାର୍ସଲ ନ୍ୟୁୟର୍କରେ ଥିବା ବିଲ ଓ ହିଲାରୀ କ୍ଲିଣ୍ଟନଙ୍କ ବାସଭବନ ଓ ଓ୍ଵାସିଂଟନରେ ଥିବା ଓବାମାଙ୍କ ବାସଭବନକୁ ପଠାଯାଇଥିଲା । ତେବେ କ୍ଲିଣ୍ଟନ ଓ ଓବାମାଙ୍କ ପାଖକୁ ଏସବୁ ପାର୍ସଲ ପହଞ୍ଚିବା ପୂର୍ବରୁ ଯାଞ୍ଚରେ ଏକଥା ଜଣାପଡିଯାଇଛି । ସାଧାରଣତଃ ଆମେରିକାର ଗୁଇନ୍ଦା ସଂସ୍ଥା ତରଫରୁ ପୂର୍ବତନ ରାଷ୍ଟ୍ରପତିମାନଙ୍କ ପାଖକୁ ଯାଉଥିବା ଚିଠି ଓ ପାର୍ସଲଗୁଡ଼ିକର ନିୟମିତ ଯାଞ୍ଚ କରାଯାଇଥାଏ । ଏଣୁ ଏକ ବଡ଼ ଧରଣର ଅଘଟଣା କୁ ଟାଳି ଦିଆଯାଇଛି । ଏହି ଘଟଣାର ଅଧିକ ତଦନ୍ତ ଏଫବିଆଇ ପକ୍ଷରୁ କରାଯାଉଛି । କିଛି ଦିନ ପୂର୍ବେ ଆମେରିକାର ଜଣେ ଶିଳ୍ପପତି ଓ ସମାଜସେବୀ ଜର୍ଜ ସୋରୋସଙ୍କ ନିକଟକୁ ଏପରି ପାର୍ସଲ ପଠାଯାଇଥିଲା ।

Related Posts

About The Author

Add Comment