ଆମେରିକାରେ କରୋନା ଭୂତାଣୁର ଟୀକା ନେଇ ପରୀକ୍ଷା ଆରମ୍ଭ 

Spread the love
ଭୁବନେଶ୍ୱର, ୧୭/୦୩ (ସନ୍ଧାନ ନିୟୁଜ) କରୋନା ମୁକାବିଲା କ୍ଷେତ୍ରରେ ନୂଆ ସମ୍ଭାବନା ଦେଖାଦେଇଛି । ଆମେରିକାରେ କରୋନା ଭୂତାଣୁର ଟୀକା ନେଇ ପରୀକ୍ଷା ଆରମ୍ଭ ହୋଇଛି । ସିଆଟଲରେ ଏହି ଟୀକାର ପରୀକ୍ଷା ଆରମ୍ଭ ହୋଇଛି । ସିଆଟଲରୁ ହିଁ ଆମେରିକାରେ କରୋନା ଭୂତାଣୁ ଦେଖାଦେଇଥିଲା । ଜଣେ ସ୍ୱେଛାସେବୀଙ୍କୁ ପରୀକ୍ଷାମୂଳକ ଭାବେ ପ୍ରଥମ ଟୀକା ଦିଆଯାଇଛି । ସେପଟେ ଏଭଳି ୧୮ରୁ ୫୫ ବର୍ଷ ବୟସ ମଧ୍ୟରେ ଥିବା ୪୫ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ଏହି ପରୀକ୍ଷାମୂଳକ ଟୀକା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ୬ ସପ୍ତାହ ମଧ୍ୟରେ ଏହି ଟୀକା ପର୍ଯ୍ୟାୟକ୍ରମେ ଦିଆଯିବ । ୟୁସ୍ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ, ଏନଆଇଏଚ ଏହା କହିଛି । ଏବେ ଟୀକା ଦିଆଯାଇଥିବା ବ୍ୟକ୍ତିଙ୍କୁ ନଜରରେ ରଖାଯିବ । ବିଭିନ୍ନ ଷ୍ଟେଜ ଦେଇ ବ୍ୟକ୍ତି ଜଣଙ୍କୁ ଗତି କରିବାକୁ ପଡ଼ିବ ଓ ଏହି ସମୟରେ କରୋନା ଭୂତାଣୁ ଟୀକା କେମିତି କାମ କରୁଛି, ତା ଉପରେ ନଜର ରହିବ । ଏହି ଟୀକାର ନାମ ରହିଛି ଏମ୍ଆରଏନଏ-୧୨୭୩ ।

Related Posts

About The Author

Add Comment