ଆମେରିକାରେ କରୋନାରେ ୯ ଲକ୍ଷରୁ ଉର୍ଧ ଆକ୍ରାନ୍ତ; ମୃତ୍ୟୁ ସଂଖ୍ୟା ୬୨ ହଜାର ପାର୍

Spread the love

ନ୍ୟୁୟର୍କ : ଆମେରିକାରେ କରୋନାର ସ୍ଥିତି ଉଦବେଗଜନକ ରହିଛି। ବିଶ୍ୱରେ ମହାମାରୀ କରୋନା ଭାଇରସ ମୃତ୍ୟୁ ସଂଖା ୧ ଲକ୍ଷ ୯୭ ହଜାର ଅତିକ୍ରମ କରିଛି । ଶକ୍ତିଶାଳୀ ଆମେରିକାରେ ଏହି ସଂଖ୍ୟା ୫୨ ହଜାର ଟପି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨୫ ହଜାର ୯୯୬ ଜଣ ଛୁଇଁଲାଣି। ଏହା ଭିତରେ ଆମେରିକାରେ ଡାକ୍ତର ଦେଲେଣି ଚେତାବନୀ। କରୋନା ଭାଇରସ ଯୋଗୁ ୩୦ରୁ ୪୯ ବର୍ଷ  ବୟସ୍କ ଲୋକଙ୍କ ଅଚାନକ ମୃତ୍ୟୁ ହେଉଛି। ଏମାନଙ୍କ ମଧ୍ୟରେ ଅନେକ ଏମିତି ବି ଅଛନ୍ତି ଯେଉଁମାନେ ପୂରା ସୁସ୍ଥ ଦେଖାଯାଉଛନ୍ତି ଏବଂ ସେମାନଙ୍କଠାରେ  କରୋନାର କୌଣସି ଲକ୍ଷଣ ଦେଖାଯାଉନି।

କରୋନା ଭାଇରସ ନେଇ ଆମେରିକାରେ ଭୟାବହ ପରିସ୍ଥିତି। ଏସିଆରେ ଏହି କିଲର ଭାଇରସର ପ୍ରକୋପ ସାମାନ୍ୟ କମିଥିବାବେଳେ ଆମେରିକାରେ ଏହି ଘାତକ ଭାଇରସ ମୃତ୍ୟୁ ସଂଖ୍ୟାରେ ନୂଆ ରେକର୍ଡ ସୃଷ୍ଟି କରୁଛି। ଜନ୍ସ ହପକିନ୍ସ ୟୁନିଭରସିଟିର ସୂଚନା ଅନୁଯାୟୀ ଆମେରିକାରେ କରୋନା ଭାଇରସ ଯୋଗୁ ମୃତ୍ୟୁ ସଂଖ୍ୟା ୬୨ ହଜାର ପାର୍ କରିଥିବାବେଳେ  ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨୪ ହଜାର ୯୯୬ ଜଣ ଛୁଇଁଲାଣି।

ଗତ ୨୪ ଘଣ୍ଟାରେ କରୋନା ଭାଇରସରେ ପାଖାପାଖି ୩୦୦୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି।ପୂରା ବିଶ୍ବରେ କରୋନା ସଂକ୍ରମଣ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ କେବଳ ଆମେରିକାରେ ଏକ ଚତୁର୍ଥାଂଶ ଲୋକ ମୃତ୍ୟୁ ହୋଇଛି। ବିଶ୍ବରେ ମୋଟ କରୋନା  ସଂକ୍ରମିତଙ୍କ ମଧ୍ୟରୁ ଏକ ତୃତୀୟାଂଶ ମାମଲା କେବଳ ଆମେରିକାରେ ସାମ୍ନାକୁ ଆସିଛି। ଏଥିରୁ ଅନୁମାନ କରିହେବ ଆମେରିକାରେ କରୋନା ସ୍ଥିତି କେତ ଉଦବେଗଜନକ।

ଆମେରିକାର ନ୍ୟୁୟର୍କରେ ସବୁଠାରୁ ଅଧକ କରୋନା କହର ଦେଖିବାକୁ ମିଳିଛି। କରୋନା ଭାଇରସରେ ନ୍ୟୁୟର୍କରେ ଏଯାଏ ୧୭ ହଜାର ୬୭୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଲକ୍ଷ ୭୧ ହଜାର ୮୯୦ ଜଣ ସଂକ୍ରମିତ ହୋଇଛନ୍ତି।ତେବେ ପରୀକ୍ଷଣରୁ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ଗତ ସପ୍ତାହରେ ସଂଗ୍ରହ କରାଯାଇଥିବା ନମୂନାର ପରୀକ୍ଷଣ ପରେ ୩୮ ପ୍ରତିଶତ ପଜିଟିଭ୍ ହୋଇଥିବାବେଳେ ଏହି ସପ୍ତାହରେ ପଜିଟିଭଙ୍କ ସଂଖ୍ୟା ୨୮ ପ୍ରତିଶତକୁ ହ୍ରାସ ପାଇଛି। ଆମେରିକାର କରୋନା ପ୍ରକୋପ କମିବାର ଏହା ସଙ୍କେତ ବୋଲି କୁହାଯାଇପାରେ।

ଏହାରି ଭିତରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଆମେରିକାରେ ଡାକ୍ତରମାନେ ଚେତାବନୀ ଦେଇଛନ୍ତି। ସେମାନଙ୍କର କହିବା କଥା କରୋନା ଭାଇରସ ଯୋଗୁ ୩୦ରୁ ୪୯ ବର୍ଷ  ବୟସ୍କ ଲୋକଙ୍କ ଅଚାନକ ମୃତ୍ୟୁ ହେଉଛି। ଏମାନଙ୍କ ମଧ୍ୟରେ ଅନେକ ଏମିତି ବି ଅଛନ୍ତି ଯେଉଁମାନେ ପୂରା ସୁସ୍ଥ ଦେଖାଯାଉଛନ୍ତି ଏବଂ ସେମାନଙ୍କଠାରେ  କରୋନାର କୌଣସି ଲକ୍ଷଣ ଦେଖାଯାଉନି। ତେବେ ଅଚାନକ ହୃଦଘାତରେ ପ୍ରାଣ ହରାଉଛନ୍ତି। ନ୍ୟୁୟର୍କରେ ଅନେକ ଲୋକଙ୍କ ମୃତ୍ୟୁ ସେମାନଙ୍କର ଘରେ ହିଁ ହୋଇଛି ବୋଲି ସେମାନେ କହୁଛନ୍ତି।

Related Posts

About The Author

Add Comment