ଆପଣଙ୍କ ନଖ କହିବ ଆପଣଙ୍କ ରୋଗ

Spread the love

ବାରିପଦା, 28.01.2021 (ସନ୍ଧାନ ନିଉଜ୍) :- ଆପଣଙ୍କ ନଖରୁ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅନେକ ଜିନିଷ ଜାଣିହେବ । ସଫା ରଙ୍ଗାର ଟଚ୍, ହାଲୁକା ଗୋଲାପୀ ରଙ୍ଗ, ଭାଙ୍ଗି ଯାଇଥିବା ବା ମନକୁ ମନ ସାମାନ୍ୟ ଫାଟିଯାଉଥିବା ନଖ ଆପଣଙ୍କ ଶରୀରରେ ଅନେକ ରୋଗ ହେବାର ସଙ୍କେତ ଦେଇପାରେ । ଏଥିରେ ଲିଭର, ଫୁସଫୁସ୍ ଓ ହାର୍ଟ ଭଳି ରୋଗ ସାମିଲ । ଆସନ୍ତୁ ଜାଣିବା ଏମିତି ନଖ ହେବା କେଉଁ କେଉଁ ରୋଗ ସମ୍ପର୍କରେ ସଙ୍କେତ ଦେଇଥାଏ ।

ବହୁତ ହଳଦିଆ ନଖ ଗମ୍ଭୀର ରୋଗର ସଙ୍କେତ ଦେଇଥାଏ ଯଥା

୧-ଏନିମିଆ

୨- କଞ୍ଜେଷ୍ଟିଭ୍ ହାର୍ଟ ଫେଲିୟର

୩-ଲିଭର ସମସ୍ୟା

୪- ମାଲନ୍ୟୁଟ୍ରିସନ୍

ଯଦି ଆପଣଙ୍କ ନଖ ଅଧିକାଂଶ ଗଭୀର ରଙ୍ଗର ରିମ୍ ଧଳା ତେବେ ଲିଭର ସମସ୍ୟା ହେବାର ମଧ୍ୟ ଆଶଙ୍କା ରହିଥାଏ । ହେପାଟାଇଟିସ୍ ହେଲେ ମଧ୍ୟ ଆପଣଙ୍କ ଆଙ୍ଗୁଠି ହଳଦିଆ ପଡିଯାଏ । ଯାହା ଲିଭର ସମସ୍ୟାର ଏକ ସଙ୍କେତ ।

 ହଳଦିଆ ନଖ: ହଳଦିଆ ନଖର ଅନେକ କାରଣ ମଧ୍ୟରୁ ଏକ ସାଧାରଣ କାରଣ ଫଙ୍ଗଲ ଇନଫେକ୍ସନ । ଏହି ଇନଫେକ୍ସନ ଅଧିକ ବଢିଲେ ନଖ ଭାଙ୍ଗିପାରେ ବା ଉପୁଡି ମଧ୍ୟ ପାରେ । ରେୟାର କେସରେ ନଖର ହଳଦିଆପଣ ଗମ୍ଭୀର ସମସ୍ୟା ହେବାର ମଧ୍ୟ ସଙ୍କେତ ଦେଇଥାଏ । ଯଥା ଥାଇରଏଡ୍ ରୋଗ, ଫୁସଫୁସ୍ ରୋଗ, ଡାଇବେଟିସ୍ ଓ ସୋରାୟସିସ୍ ଇତ୍ୟାଦି ।

ନଖରେ ଡାର୍କ ଲାଇନ୍: ଯଦି ଆପଣଙ୍କ ନଖରେ ଡାର୍କ ଲାଇନ୍ ଅଛି ତେବେ ଆପଣ ଖୁବ୍ ଶୀଘ୍ର ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ । ଏହା ମେଲେନୋମାରୁ ହୋଇଥାଏ ଯାହା କି ଏକ ଚର୍ମ କର୍କଟ ରୋଗ । ଯଦି ଏମିତି କିଛି ବି ସମସ୍ୟା ଆପଣ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।

Related Posts

About The Author

Add Comment