ଆନ୍ଦୋଳନକାରୀଙ୍କ କଣ୍ଠରୋଧ ଅଭିଯୋଗ

Spread the love

ବାରିପଦା, 12.12.2020  (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ସରକାର ଦେଶରେ  କର୍ପୋରେଟ୍‌ମାନଙ୍କ ସ୍ବାର୍ଥରେ ଶ୍ରମ ଆଇନ୍ ପରିବର୍ତ୍ତନ, ନୂତନ କୃଷି ଆଇନ, ଠିକା ଚାଷର ପ୍ରଚଳନ, ୧୯୫୫ ମସିହା ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍‌ରେ ପରିବର୍ତ୍ତନ  କରିଛନ୍ତି । ପେଟ୍ରୋଲ, ଡିଜେଲ ଦରବୃଦ୍ଧି ନିୟନ୍ତ୍ରଣ ବାହାରକୁ  ଚାଲିଗଲାଣି । ଏ ସବୁ ଗୁରୁତର ମାମଲାରେ ଦେଶବ୍ୟାପୀ ଆନ୍ଦୋଳନ କରୁଛନ୍ତି ଜନସାଧାରଣ ହେଲେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ମାଧ୍ୟମରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆନ୍ଦୋଳନକାରୀଙ୍କୁ ଦବେଇ ଦେବାକୁ କୋଭିଡ଼ କଟକଣା ଭଙ୍ଗ ଆଳରେ ସେମାନଙ୍କ ନାଁରେ କେସ୍ ରୁଜୁ କରୁଛନ୍ତି । ଆନ୍ଦୋଳନକାରୀଙ୍କ ସ୍ବରକୁ ଚପାଇ ଦେବାକୁ ଅପଚେଷ୍ଟା କରାଛି ବୋଲି ଜେଏମ୍ଏମ୍ ଯୁବମୋର୍ଚ୍ଚା ଅଭିଯୋଗ କରିଛି । ଯୁବନେତା ଅର୍ଜୁନ ମୁର୍ମୁ, ପୃଥୁରାଜ ହାଁସଦା, ବାଜୁନ ସୋରେନ, ଚୈତନ୍ୟ ସୋରେନ, ଶଙ୍କର ବାଣ୍ଡେ ପ୍ରମୁଖ ଏକ ପ୍ରେସ୍ ବିବୃତ୍ତ ମାଧ୍ୟରେ ଏହି ଅଭିଯୋଗ କରିଛନ୍ତି। ଗତ ଡିସେମ୍ବର ୮ ତାରିଖ ଦିନ ଭାରତ ବନ୍ଦ ଡାକରାରେ ସାମିଲ ହୋଇଥିବା ଜେଏମଏମ, ସିପିଆଇ, ଏଆଇଟିୟୁସି, ସିପିଏମ, କଂଗ୍ରେସର ୩୦ଜଣ କର୍ମୀଙ୍କ ନାମରେ ବାରିପଦା ଟାଉନ୍ ଥାନାରେ ମାମଲା ରୁଜୁ କରାଯିବାକୁ ସେମାନେ ତୀବ୍ର ସମାଲୋଚନା କରିଛନ୍ତି। ସରକାର ଓ ପ୍ରଶାସନ ଲାଠିଚାର୍ଜ ଓ ମୋକଦ୍ଦମା କରି ଜନତାଙ୍କ କଣ୍ଠରୋଧ କରିପାରିବେ ନାହିଁ ବୋଲି କହିଛନ୍ତି ।

Related Posts

About The Author

Add Comment