ଆନ୍ତର୍ଜାତୀୟ ବନ୍ଧୁ ଦିବସ ଉପଲକ୍ଷେ କ୍ୟାନସର ଚେତନା କେନ୍ଦ୍ରର ଆଲୋଚନାଚକ୍ର
ଆନ୍ତର୍ଜାତୀୟ ବନ୍ଧୁ ଦିବସ ଉପଲକ୍ଷେ କ୍ୟାନସର ଚେତନା କେନ୍ଦ୍ରର ଆଲୋଚନାଚକ୍ର
Manas Kumar Rout |
August 5, 2019 |

ରାଉରକେଲା,୫/୮ (ସନ୍ଧାନ ନିୟୁଜ ): ଆନ୍ତର୍ଜାତୀୟ ବନ୍ଧୁ ଦିବସ ଉପଲକ୍ଷେ କ୍ୟାନସର ଚେତନା କେନ୍ଦ୍ର ତରଫରୁ ଏକ ଆଲୋଚନାଚକ୍ର ସାରନଗରୀ ସ୍ଥିତ ବିଦ୍ୟା ଷ୍ଟଡି ପଏଣ୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ଅଧ୍ୟକ୍ଷ ମିହିର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଡାକ୍ତର ରାହାସ ବିହାରୀ ମହାପାତ୍ର ସଭାପତିତ୍ୱ କରିଥିଲେ । ଏହି ଅବସରରେ ଜୀବନରେ ବନ୍ଧୁର ଭୂମିକା ଓ ନିଜସ୍ୱ ଅନୁଭୂତି ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଡାକ୍ତର ଅକ୍ଷୟ କୁମାର ସାମଲ, ସମାଜସେବୀ ଅରୁଣ କୁମାର ପରିଡା, ସମାଇ ସୋରେନ, ସେକ୍ଟର-୨୨ ରିଟାୟାର୍ଡ ଆସୋସିଏସନ ସଭାପତି ଦୁଷ୍ମନ୍ତ କୁମାର ନାୟକ, ନାଟ୍ୟକାର ସନାତନ ସାହୁ, ଶିକ୍ଷାବିତ୍ ତ୍ରିନାଥ ଦାସ ମୋହିନୀ, କେନ୍ଦ୍ରର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ସାମ୍ବାଦିକ ତଥା କବି କୁଞ୍ଜ ବିହାରୀ ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଦେବା ନେବା ସମ୍ପର୍କରୁ ବାହାରକୁ ଗଲେ ହିଁ ବନ୍ଧୁତ୍ୱ ମିଳିପାରିବ ବୋଲି ଉଲ୍ଲେଖ କରିଥିଲେ । ନିଜ ଭିତରେ ଦସୁ୍ୟରତ୍ନାକର ଭୂମିକାକୁ ଦେଖିପାରିଲେ ଯାଇ ବାଲ୍ମିକି ହୋଇପାରିବା । ମାନବୀୟ ଚରିତ୍ର ଥିଲେ ବନ୍ଧୁତ୍ୱ ସମ୍ବବ । ସର୍ତ୍ତ ଓ ସ୍ୱାର୍ଥ ରହିଲେ ବନ୍ଧୁତ୍ୱ ତିଷ୍ଠିପାରେ ନାହିଁ । ଅସହାୟ ଓ ବିପଦ ବେଳେ ହିଁ ପ୍ରକୃତ ବନ୍ଧୁତ୍ୱର ପରିଚୟ ମିଳିଥାଏ । ବନ୍ଧୁତ୍ୱ ବିନା ବଞ୍ଚôବା ଅସମ୍ଭଭ । ପ୍ରତ୍ୟେକଙ୍କ ଜୀବନରେ ବନ୍ଧୁତ୍ୱର ଆବଶ୍ୟକତା ରହିଛି । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସଭାପତି ଡା.ମହାପାତ୍ର ସଂଯୋଜନା ସହ ସୁନ୍ଦର ମତ ଉପସ୍ଥାପନ କରିଥିଲେ । ଶ୍ରୀ ରାଉତ ଧନ୍ୟବାଦ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶେଷଦେବ ସାହୁ, ସୁସ୍ମିତା ମହାନ୍ତି, ସରୋଜ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Related Posts
About The Author