ଆନ୍ତର୍ଜାତୀୟ ଆୟୁଷ୍ମାନ ଭାରତ ଯୋଜନା ନେଇ ବିଲ ଗେଟ୍ସଙ୍କ ପ୍ରଶଂସା,ମୋଦି କହିଲେ ଧନ୍ୟବାଦ

Spread the love

ନୂଆଦିଲ୍ଲୀ , ୧ ୮/୧ (ସନ୍ଧାନ ନିୟୁଜ) :ଆୟୁଷ୍ମାନ ଯୋଜନାର ପ୍ରଥମ ୧୦୦ ଦିନର ସଫଳ ରୂପାୟନ ନେଇ ମାଇକ୍ରୋସଫ୍ଟ ମୁଖ୍ୟ (ସିଇଓ) ବିଲ ଗେଟ୍ସ ଭାରତ ସରକାରଙ୍କ ପ୍ରଶଂସା କରିବା ସହ ଶୁଭେଛା ଜଣାଇଛନ୍ତି।ବିଲ ଗେଟ୍ସ ଟ୍ୱିଟ କରିଛନ୍ତି ” ଆୟୁଷ୍ମାନNHA ର ପ୍ରଥମ ୧୦୦ ଦିନ ପାଇଁ ଭାରତ ସରକାରଙ୍କୁ ଶୁଭେଛା।ଏହା ଦେଖି ବହୁତ ଭଲ ଲାଗୁଛି ଯେ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସହିତ ଜଡ଼ିତ ହୋଇ ସାରିଲେଣି”।

ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ବିଲ ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି।ମୋଦୀ ଟ୍ୱିଟ କରିଛନ୍ତି “ଆପଣଙ୍କର ପ୍ରଶଂସା ପାଇଁ ଧନ୍ୟବାଦ ବିଲ ଗେଟ୍ସ।ଆୟୁଷ୍ମାନ ଭାରତ ଗରୀବଙ୍କୁ ଉଚ୍ଚ ଗୁଣବତ୍ତା ତଥା ଶସ୍ତା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ଆମର ପ୍ରତିବଦ୍ଧତାରୁ ଉତ୍ପନ।

ପ୍ରଥମ ୧୦୦ ଦିନ ଉଲ୍ଲେଖନୀୟ ରହିଛି!ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଲୋକଙ୍କୁ ଲାଭ ହୋଇଛି ଏବଂ ବହୁତ କିଛି ହେବ”।

 

Related Posts

About The Author

Add Comment