ଆନ୍ତରାଜ୍ୟ ଗଜେଂଇ ମାଫିଆ ଗିରଫ,ବୋଲେରୋ ଗାଡି ସହ ୧୧୬କେଜି ଗଜେଂଇ,୬ଲକ୍ଷଟଙ୍କା ଜବତ

Spread the love
ମାଲକାନଗିରି, ୧୮/୧୨ (ସନ୍ଧାନ ନିୟୁଜ): ମାଲକାନଗିରି ଜିଲ୍ଲାପୁଲିସକୁ ଆଜି ଏକ ବଡ ଧରଣ ସଫଳତା ମିଳିଛି । ଜଣେ ଆନ୍ତରାଜ୍ୟ ଚୋରା ଗଜେଂଇ ମାଫିଆଙ୍କୁ ଗିରଫ କରିବାସହ ତାଙ୍କନିକଟରୁ ୧୧୬କେଜି ଗଜେଂଇ,୬ଲକ୍ଷଟଙ୍କା,ବୋଲେରୁ ଗାଡି ଜବତ କରାଯାଇଛି । ଆଜି ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜଗମୋହନ ମୀନା ଏହି ଗଜେଂଇ ମାଫିଆଙ୍କୁ ପ୍ରଦର୍ଶନ କରି ତାଙ୍କର ଚୋରା ଗଜେଂଇ ବେପାର ସଂପର୍କରେ ସୁଚନା ଦେଇଥିଲେ । ମାଲକାନଗିରି ଥାନାସ୍ଥ ପଦ୍ମଗିରି ପଚାଂୟତ ନିକଟବର୍ତି ଏମଭି୮୩ ଗ୍ରାମର ରାଜୁ ବୋରାଇ ଜଣେ ଆନ୍ତରାଜ୍ୟ ସ୍ତରୀୟ ଚୋରା ଗଜେଂଇ ବେପାରି, ସେ ବିଭିନ୍ନ ଆଦିବାସୀ ଗ୍ରାମରେ ନିରିହ ଆଦିବାସୀ ଲୋକଙ୍କୁ ଅର୍ଥଦେଇ ପ୍ରଲୋଭନ ଦେଖାଇ ଜଙ୍ଗଲଜମିରେ ଗଜେଂଇ ଚାଷକରି ସେହି ଗଜେଂଇ ଗୁଡିକୁ ସେମାନଙ୍କ ଠାରୁ ଅଳ୍ପଦାମରେ କିଣି ନେଇ ରାଜ୍ୟବାହରକୁ ଚାଲାଣ କରି ବେସ ଲାଭବାନ ହୋଇଥାନ୍ତି । ତାଙ୍କ ନାମରେ ଆଗରୁ ଓରକେଲ ଥାନାରେ ଜାମିନ ବିହୀନ ଓ୍ୟାରେଟଂ ରହିଥିବା ବେଳେ ସେ ଫେରାର ହୋଇ ଯାଇଥିଲେ । ତାଙ୍କୁ ଧରିବା ପାଇଁ  ଡିଏସପି ଦିଲୀପ ଦାଶଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ସ୍କାର୍ଡ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଖାନତଲାସି ଚାଲିଥିଲା । ରାଜୁ ବୋରାଇ ଆଜି ସକାଳେ ନିଜଘର ଏମଭି୮୩ ଗ୍ରାମରେ ଥିବା ଖବର ପାଇ ଏହି ସ୍କାର୍ଡ ଟିମ ସେଠାରେ ପହଁଚି ଚଡାଉକରି ତାଙ୍କୁ ଗିରଫ କରିବାରେ ସଫଳତା ପାଇଥିଲେ । ତାଙ୍କ ନିକଟରୁ ଏକ ବୋଲେରୋ ଗାଡି ,୧୧୬କେଜି ଗଜେଂଇ,ନଗଦ ୬ ଲକ୍ଷଟଙ୍କା, ବିଭିନ୍ନ ବ୍ୟାଙ୍କର ୫ଟି ଏଟିଏମ କାର୍ଡ,ସ୍ମାର୍ଟ କାର୍ଡ ,ମୋବାଇଲ ଫୋନ ଜବତ କରାଯାଇଛି ।ସେ ମାଲକାନଗିରି ଜିଲ୍ଲାର ଜଣେ ଚୋରା ଗଜେଂଇ ମାଫିଆ ଡନ ଭାବେ ପରିଚିତ, ତାଙ୍କୁ ପୁଲିସ ଅନେକ ଦିନରୁ ଗିରଫକରିବା ପାଇଁ ଜାଲ ବିଛାଇଥିଲେ । ମାଲକାନଗିରି ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଚଡାଉ କରାଯାଇ ଇତି ମଧ୍ୟରେ ୧୭୧୧୮ କେଜି ଗଜେଂଇ,୮୩ଟି ଗାଡି ଜବତ କରାଯାଇ ୧୭୯ ଜଣଙ୍କୁ ଚୋରା ଗଜେଂଇ ଚାଲାଣ ଅଭି ଯୋଗରେ ଗିରଫ କରାଯାଇଛି ,୪୫୨ ଏକର ଜମିରୁ ଗଜେଂଇ ଚାଷ ପୋଡି ନଷ୍ଟ କରାଯାଇଛି  ବୋଲି ଏସପି ଶ୍ରୀ ମୀନା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ଡିଏସପି ଦିଲୀପ ଦାଶ, ରିଜର୍ଭପୁଲିସ ଇନିସପେକ୍ଟର ସ୍ୟାମସୁନ୍ଧର ସୋରେନ ଙ୍କ ସହିତ ଅନ୍ୟାନ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଓଡିଆ ପୁଅ

Related Posts

About The Author

Add Comment