ଯାଜପୁର, (ସନ୍ଧାନ ନିଉଜ୍) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ତରଞିଆ ପଞ୍ଚାୟତ ଅନ୍ତର୍ଗତ ପୋବଳ ଖେଳ ପଡିଆ ରେ ଦୁଇ ସପ୍ତାହ ବ୍ୟାପି ଅନୁଷ୍ଠିତ ଆନ୍ତଃ ଜିଲ୍ଲା ଚିକୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦ୍ଦଯାପନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହା ଆଡ଼ମ୍ବର ସହିତ ସମାପନ ହୋଇଛି ! ଆଜି ବ୍ଲୁ ମୁନ୍ ଯାଜପୁର ଏବଂ ସୁଙ୍ଗୁଡା ଏକାଦଶ ଚଣ୍ଡିଖୋଲ ମଧ୍ଯରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ସୁଙ୍ଗୁଡା ଏକାଦଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଧାରିତ ୧୮ ଓଭରରେ ଦଳର ସମସ୍ତ ୱିକେଟ ହରାଇ ୨୨୭ ରନ୍ ସଂଗ୍ରହ କରିଥିଲେ ! ଦଳ ପକ୍ଷରୁ ରାଜା ସର୍ବାଧିକ ୫୫ ରନ୍ ଚୌକା ଛକା ମାରି କ୍ରୀଡାପ୍ରେମୀଙ୍କ ମନ ଜିଣିଥିବା ବେଳେ ବିପକ୍ଷ ଦଳର ପିଣ୍ଟନ୍ ସର୍ବାଧିକ ୱିକେଟ ଅକ୍ତିଆର କରିଥିଲେ ! ଜବାବରେ ବ୍ଲୁ ମୁନ୍ ସମସ୍ତ ୱିକେଟ ହରାଇ ୧୪୬ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲେ ! ସୁଙ୍ଗୁଡା ଏକାଦଶର ହେମନ୍ତ ସର୍ବାଧିକ ୱିକେଟ ଅକ୍ତିଆର କରିଥିଲେ ! ଆଜିର ମ୍ୟାନ ଅଫ ଦ ମ୍ୟାଚ ସୁଙ୍ଗୁଡା ଦଳର ରାଜା ହୋଇଥିବା ବେଳେ ବ୍ଲୁ ମୁନ୍ ଯାଜପୁର ର କୁକୁନ ସାମଲ ମ୍ୟାନ ଅଫ ଦ ସିରିଜ ବିବେଚିତ ହୋଇଥିଲେ !
ଚିକୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପ୍ରଶାନ୍ତ କୁମାର ପାଳଙ୍କ ସଭାପତିତ୍ବ ରେ ଆଜିର ଉଦ୍ଦଯାପନୀ ସଭା ଏବଂ ଟ୍ରଫି ପ୍ରଦାନ ଉତ୍ସବରେ ୧୩ ନମ୍ବର ଜିଲ୍ଲାପରିଷଦ ସଭ୍ୟ ନିରଞ୍ଜନ ରାଉତ ମୂଖ୍ଯ ଅତିଥି,ପରିବେଶବିତ ଶ୍ରୀନିବାସ ଜେନା ସମ୍ମାନିତ ଅତିଥି,ଆଲୋକ ରଞ୍ଜନ ବିଶ୍ୱାଳ ମୂଖ୍ଯ ବକ୍ତା,ପୂର୍ବତନ ସମିତିସଭ୍ଯ ପ୍ରମୋଦ କୁମାର ନାୟକ,କେଡିଏମ୍ ଉପାଧ୍ୟକ୍ଷ ରଞ୍ଜନ କୁମାର ରାୟ,ପ୍ରମୋଦ ସାମଲ,ସାମ୍ବାଦିକ ମାନସ ରଞ୍ଜନ ବିଶ୍ଵାଳ , ରୂପଶ୍ରୀ ନାୟକ,ସ୍ନେହଁମୟୀ ବିଶ୍ୱାଳ ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଟ୍ରଫି ପ୍ରଦାନ ସହିତ ଧର୍ମଶାଳା ମହାବିଦ୍ୟାଳୟର ପୂର୍ବତନ ଖେଳ ଶିକ୍ଷକ ସୌମ୍ୟରଞ୍ଜନ ପ୍ରତାପ ସିଂହ ଙ୍କ ଗୁଣାବଳୀର ଶ୍ମରଣ କରିବା ସହିତ କ୍ରିକେଟ ଖେଳ ଆଞ୍ଚଳିକ ଭାଇଚାରା ଭାବ ବୃଦ୍ଧିରେ ସହାୟକ ହେଉଥିବା ପ୍ରକାଶ କରିଥିଲେ ! ଆଜିର ଫାଇନାଲ ଖେଳକୁ ସୁଶାନ୍ତ ନାୟକ ଏବଂ ନିରଞ୍ଜନ ଜେନା ଅମ୍ପେୟାର ଭାବେ ପରିଚାଳନା କରିଥିବା ବେଳେ ସରୋଜ ଜେନା ଏବଂ ଭାଗବତ ପାଳ ସ୍କୋରର ଭାବେ ସହାୟତା କରିଥିଲେ !
ଧର୍ମଶାଳା ରୁ ସେକ ହାସିମ୍ ରିପୋର୍ଟ