ଆନନ୍ଦପୁରର ଚାଷୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

Spread the love

ଭୁବନେଶ୍ବର, ୨୧/୬,  (ସନ୍ଧାନ ନିୟୁଜ)- ଭୁବନେଶ୍ବରସ୍ଥିତ IMAGE ଠାରେ ସଚେତନତା ତାଲିମ ପାଇଁ ଆସିଥିବା ଆନନ୍ଦପୁର ବ୍ଲକ୍‌ର ଚାଷୀମାନେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଠାରେ ଭେଟିଥିଲେ। ଗତକାଲି ଠାରୁ ଆରମ୍ଭ ହୋଇଥିବା କୃଷକ ସଚେତନତା କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଆଜି ଆନନ୍ଦପୁର ବ୍ଳକ୍‌ର ଚାଷୀମାନେ ଭାଗ ନେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ସେମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଗତକାଲିଠାରୁ ଆରମ୍ଭ ହୋଇଥିବା କୃଷକ ସଚେତନତା କାର୍ଯ୍ୟକ୍ରମ ତଥା ସେମାନଙ୍କ ଅଞ୍ଚଳର ଚାଷବାସ ସଂପର୍କରେ ଆଲୋଚନା କରିଥିଲେ ଏବଂ ବିଭିନ୍ନ ଯୋଜନାର ସଫଳ ବିନିଯୋଗ କରିବାପାଇଁ ପରାମର୍ଶ ଦେଇଥିଲେ।

ଆଜି ଆନନ୍ଦପୁରର ୫୧ ଜଣ ଚାଷୀ ଭାଗ ନେଇଥିଲେ ଏବଂ ଏଥିରେ ୧୧ ଜଣ ମହିଳା ଚାଷୀ ମଧ୍ୟ ଅଛନ୍ତି। ଆଜି ସେମାନେ ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ଓ ଅନ୍ୟାନ୍ୟ ଆଧୁନିକ କୃଷି ପ୍ରଣାଳୀ ସଂପର୍କିତ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ପ୍ରଶିକ୍ଷଣ ପାଇଛନ୍ତି। ସବୁ ବ୍ଲକର ଚାଷୀମାନଙ୍କୁ ପର୍ଯ୍ୟାୟକ୍ରମେ ସଚେତନ କରାଯିବ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଚାଷୀ ମାନଙ୍କୁ ନବୀନ ନିବାସରେ ନିୟମିତ ଭାବରେ ଭେଟିବେ।

Related Posts

About The Author

Add Comment